Odisha news

ଶ୍ରୀମା ‘ଙ୍କ ୧୪୭ତମ ଜନ୍ମ ବାର୍ଷିକ ମହୋତ୍ସବ ପାଳିତ 

0
ବାଲିଗୁଡା ,ତା, ୨୧/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟସ୍ଥ ଆରୋତୀର୍ଥ ଯୋଗ ମନ୍ଦିର ଶ୍ରୀଅରବିନ୍ଧ ଆଶ୍ରମ ସିଟୁପାଜୁ ଗ୍ରାମରେ ଶ୍ରୀମା ‘ଙ୍କ ୧୪୭ତମ ଜନ୍ମ ବାର୍ଷିକ ମହୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମବେତ ଧ୍ୟାନ ଓ ଆଧ୍ୟାତ୍ମିକ ଆଲୋଚନା ରେ “ଦିବ୍ୟଜନନୀ ଶ୍ରୀମା ଓ ଆମେ “ ବିଷୟ ରେ ଆଲୋଚନା କରଯାଇଥିଲା । ଦିବ୍ୟବାଣୀ ସଭାରେ ସଭାପତି ସୀତାରାମ ପଣ୍ଡା ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବନଖଣ୍ଡ ର ବନଖଣ୍ଡ ଅଧିକାରୀ ବିଶ୍ଵରାଜ ପଣ୍ଡା ଯୋଗ ଦେଇ ଶ୍ରୀମା ‘ଙ୍କ ଦିବ୍ୟବାଣୀ ମଣିଷର କିଭଳି ନିର୍ଭୟ ଏବଂ ଦୃଢ ପ୍ରତିଜ୍ଞା ହୁଅ ସମସ୍ତ ବାଧାବିଘ୍ନ ଦୂରେଇ ଯିବ ସେ ସମ୍ପର୍କ ରେ କହିଥିଲେ ।ମୁଖ୍ୟବକ୍ତା ଭାବେ ବରଗଡ ରୁ ଆସିଥିବା ଡଃ ଚିତ୍ତ ରଞ୍ଜନ ସାହୁ ଓ ପୁରୀ ନିମାପଡା ର ସୁକାନ୍ତ କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ କୌଶିକ ସାହୁ ,ପୁଷ୍ପିତା ମହାପାତ୍ର ,ଶିବ ରାମ ପଣ୍ଡା ,ଅଧିକାରୀ ମହାନ୍ତି, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି , ଗୁରୁରାମ ପାତ୍ର, ଚିତ୍ର ସେନ କୋଠଦଳାଇ, ଗୋପାଳ ବାଣୁଆ, ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଶତାଧିକ ସଂଖ୍ଯାରେ ଶ୍ରଦ୍ଧାଳୁ ଯୋଗ ଦେଇ ଦିବ୍ୟ ଜ୍ଞାନ ଆରୋହଣ କରିଥିଲେ ।ଶେଷରେ ପ୍ରକାଶ ଚନ୍ଦ୍ର ନାୟକ  ଧନ୍ୟବାଦ ଅର୍ପଣ କରିଥିଲେ l
Leave A Reply