ବାଲିଗୁଡା,୨୩/୧୧-;ବାଲିଗୁଡା ସାଇ ବିହାର ପ୍ରାଙ୍ଗଣରେ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୯୯ତମ ଜନ୍ମଦିନ ମହୋସôବ ମହା ସମାରହରରେ ପାଳିତ ହୋଇ ଯାଇଛି । ପ୍ରାତଃରେ ଓମକାରମ,ସୁପ୍ରଭାତମ ଓ ନଗର ସଂକିର୍ତନ କରାଯାଇଥିଲା ,ଦିବ୍ୟ ପ୍ରଶାନ୍ତି ପତାକା ଉତୋଳନ,ଷୋଢଶ ଉପାଚାର ପୁଜା ଓ ହୋମ କାର୍ଯ୍ୟ ରିତି ନିତି ପ୍ରକାରେ କରାଯାଇଥିଲା । ଏହା ପରେ ସୁସଜିତ ରଥରେ ବାବାଙ୍କ ବିଗ୍ରହକୁ ବସାଇ ଆଧ୍ଧ୍ୟାତ୍ମିକ ଶୋଭାଯାତ୍ରା ସହ ନଗର ପରିକ୍ରମା କରାଯାଇଥିଲା । ନାରାୟଣ ସେବା, ପ୍ରସାଦ ସେବନ ସହ ନାରାୟଣ ମାନଙ୍କୁ ବସ୍ତ୍ରବଣ୍ଟନ କରାଯାଇଛି । ସଂନ୍ଧ୍ୟା ସମୟରେ ୯୯ ଟି ଦୀପ ପ୍ରଜ୍ୱଳନ ସହ ବେଦ ପାଠ ଓ ଭଜନ ,ଜନ୍ମଦିନ କେକ୍କଟା,ସାଇଝୁଲା,ବାଳ ବିକାଶ ପିଲାଙ୍କ ଆଲୋଚନା ,ଆଧ୍ୟାତ୍ମିକ ସତସଙ୍ଗ (ଯୁଗଅବତାରସାଇ),ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତିଥିଙ୍କ ଦ୍ୱାରା ପୁରଷ୍କାର ବିତରଣ କରାଯାଇ ଥିଲାା ଶେଷରେ ମଙ୍ଗଳ ଆରତୀ କରା ଯାଇଥିଲା । ଜିଲ୍ଲାସଭାପତି ଡଃ ମଧୁସୁଦନ ମହାପାତ୍ର, ସମିତି ଆବାହକ ରାଜେନ୍ଦ୍ର ପାତ୍ର ସମେତ ସମସ୍ତ ସାଇ ସେବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।