ବାଲିଗୁଡା ଅଭିମନୁ୍ୟ ପଣ୍ଡା ହତ୍ୟା ଘଟଣା , ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ନିରପେକ୍ଷ ନୁହେଁ : ଉଚ୍ଚସ୍ତରୀୟ ତଦନ୍ତ ଦାବୀ କଲେ ୪ ଖଣ୍ଡ ଗାଁର ଲୋକେ
ଫୁଲବାଣୀ (Santosh Mishra) ବାଲିଗୁଡା ସୁଚନା ଅଧିକାର କର୍ମୀଙ୍କ ହତ୍ୟା ଘଟଣାର ତଦନ୍ତ ପର୍ଯ୍ୟାପ୍ତ ନଥିବା ସହିତ ତାଙ୍କ ଦ୍ୱାରା ଏଯାବତ ନିଆଯାଇଥିବା ପଦକ୍ଷେପ ନିରପେକ୍ଷ ନଥିବା ନେଇ ଅଭିଯୋଗ କରିଛନ୍ତି ବାଲିଗୁଡା ସମେତ ଆଖପାଖ ଅଂଚଳର ବାଟାଗୁଡା,ମିଡିଆକିଅ,ଋତୁଙ୍ଗିଅ ଏବଂ ପରମପାଙ୍ଗା ଗ୍ରାମର ପ୍ରାୟ ୭୦ ରୁ ଅଧିକ ଗ୍ରାମବାସୀ ।
ଆଜି ଏହି ଗ୍ରାମବାସୀ ମାନେ ଫୁଲବାଣୀରେ କନ୍ଧମାଳ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଜିଲ୍ଲ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲଙ୍କୁ ଏ ସଂକ୍ରନ୍ତରେ ଏକ ଦାବୀ ପତ୍ର ଦେଇଛନ୍ତି ସେମାନେ । ବାଲିଗୁଡା ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ଏବଂ ସେହି ଅଂଚଳର ଜଣାଶୁଣା ସୁଚନା ଅଧିକାର କର୍ମୀଙ୍କ ଦ୍ୱାରା ଅଂଚଳରେ ଚାଲିଥିବା ବିଭିନ୍ନ ଦୁର୍ନିତିକୁ ଲୋକ ଲୋଚନକୁ ଆଣିବାକୁ ତାଙ୍କର ଚେଷ୍ଟା ସେହି ଅଂଚଳର ଦୁର୍ନିତି ଖୋର ମାନଙ୍କୁ ଅଡୁଆରେ ପକାଇବା ଫଳରେ ସେହି ଅଂଚଳର କିଛି ଠିକାଦାର ଏବଂ ଅନ୍ୟ କିଛି ବ୍ୟବସାୟୀ ମାନେ ଯୋଜନାବଦ୍ଧ ଭାବରେ ବାହାର ଜିଲ୍ଲାରୁ ସୁପାରି କିଲର ମାନଙ୍କୁ ଡକାଇ ବାଲିଗୁଡାରେ ସେମାନଙ୍କୁ ଦୁଇଦିନ କାଳ ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦେଖରେଖରେ ରଖିବା ସହିତ ଲଗାଇ ଅଭିମନୁ୍ୟ ପଣ୍ଡା ତାଙ୍କ ଘରେ ଥିବାବେଳେ ତାଙ୍କୁ ବାହାରକୁ ଡାକି ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ଉଲ୍ଲେଖ କରାଯାଇଛି ଏହି ଦାବୀ ପତ୍ରରେ ।
ଘଟଣାର ତଦନ୍ତ ଦାୟୀତ୍ୱରେ ଥିବା ଅଧିକାରୀ ମାନେ ବାହାରୁ ଆସିଥିବା ମୁଖ୍ୟ ସୁପାରି କିଲର ଏବଂ ତାଙ୍କର ସହେଯାଗୀ ମାନଙ୍କୁ ଏ ଯାବତ ଗିରଫ କରିବାରେ ଅସମର୍ଥ ଥିବା ବେଳେ ସେମାନଙ୍କୁ ବାଲିଗୁଡାରେ ନିଜ ଘରେ ଦୁଇଦିନ ଧରି ଖାଇବା ପିଇବାକୁ ଦେଇ ଆଶ୍ରୟ ଦେଇଥିବା ଗୋଟିଏ ପରିବାରର ମାଆ ପୁଅଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଏକ ହାସ୍ୟାସ୍ପଦ କଥା ବୋଲି ଉଲ୍ଲେଖ ରହିଛି ସେମାନେ ଦେଇଥିବା ଏହି ଦାବୀ ପତ୍ରରେ ।
ଘଟଣାର ତଦନ୍ତକାରୀ ଅଧିକାରୀ ଏହି ହତ୍ୟାକାଣ୍ଡରେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଲିଙ୍କ ରହିଥିବା ନେଇ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ହେଲେ ସେ ଏଯାବତ ଜଗନ୍ନାଥ ମନ୍ଦିରର କୌଣସି କାଗଜ ପତ୍ର ଜାଂଚ ନକରି ଏବଂ ଟ୍ରଷ୍ଟର ମୁଖ୍ୟଙ୍କର କୌଣସି ବୟାନ ମଧ୍ୟ ନ ନେଇ ଘଟଣାର ରିପୋର୍ଟ ଦାଖଲ କରିଛନ୍ତି । ଅଧିକାରୀଙ୍କର ଏଭଳି କାର୍ଯ୍ୟଶୈଳି ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଦୋକାନ ଗୃହ ଗୁଡିକର ସ୍ଥିତି ଅସୁରକ୍ଷୀତ ଥିବା ନେଇ ବାଲିଗୁଡା ଉପ-ଜିଲ୍ଲାପାଳ ଗତ ୦୧.୦୮.୨୦୧୯ ତାରିଖରେ ଦେଇଥିବା ନିଦେ୍ର୍ଧଶ ପରେ ବାଲିଗୁଡା କୋଠବାଡି ବିଭାଗର ନିର୍ବାହୀ ଯନ୍ତ୍ରୀ ଏହି ସବୁ ଗୃହର ତଦାରଖ କରି ୦୫.୦୮.୨୦୧୯ ତାରିଖରେ ଉପ-ଜିଲ୍ଲାପାଳଙ୍କୁ ତାଙ୍କର ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟକୁ ସୁଚନା ଅଧିକାର ଆଇନ ବଳରେ ୨୬୦୧୧୦୨୦୧୯ ତାରିଖରେ ହସ୍ତଗତ କରିଥିଲେ ଅଭିମନୁ୍ୟ ପଣ୍ଡା, ଏହାର ଦସବାର ଦିନ ପରେ ତାଙ୍କୁ ସୁପାରି କିଲର ଲଗାଇ ଦ୍ୱାରା ହତ୍ୟା କରାଯାଇଛି ।
ଏଥିରୁ ଏହି ହତ୍ୟା କାଣ୍ଡରେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ମଧ୍ୟ ଲିଙ୍କ ଥିବା ଜଣାପଡୁଛି । ସେହି ରିପୋର୍ଟ ଅନୁସାରେ କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀଙ୍କର ସମ୍ପୃକ୍ତି ରହିଛି । ଟ୍ରଷ୍ଟି ଅଭିମନୁ୍ୟ ପଣ୍ଡାଙ୍କୁ ଜଗନ୍ନାଥ ମନ୍ଦିର ମାର୍କେଟରେ ଥିବା ବ୍ୟବସାୟୀ ଏହି ସଂକ୍ରନ୍ତରେ ତାଙ୍କୁ ଧମକ ଦେବାପରେ ସେ ଗତ ୧୧.୧୧.୨୦୧୭ ତାରିଖରେ ବାଲିଗୁଡା ଥାନାରେ ଏକ ଅଭିଯୋଗ କରିଥିଲେ । ସେହିପରି ମନ୍ଦିରର ପୁର୍ବତନ କର୍ମକର୍ତାଙ୍କ ଦ୍ୱାରା ଆୟୋଜିତ ଏକ ରାଲିରେ ତାଙ୍କୁ ଧମକ ଦେବା ପରେ ସେ ପୁଣି ବାଲିଗୁଡା ଥାନାରେ ୦୩.୦୮.୨୦୧୬ ରେ ଆଉ ଏକ ଅଭିଯୋଗ ଦେଇଥିଲେ । ତାଙ୍କ ଦ୍ୱାରା ସୁଚାନା ଅଧିକାର ଆଇନରେ ଆବେଦନ କରାଯାଇଥିବା ତଥ୍ୟରେ ପ୍ରଭାବିତ ହୋଇଥିବା ଅଂଚଳର ଜଣେ ପ୍ରଭାଶାଳୀ ଠିକାଦାର ତାଙ୍କୁ ଆର୍ଥିକ ପ୍ରଲୋଭନ ଦେବା ସହିତ ସେ ଏହାକୁ ଅଣଦେଖା କରିବାରୁ ତାଙ୍କୁ ସେ ମଧ୍ୟ ହତ୍ୟା ଧମକ ମଧ୍ୟ ଦେଇଥିବା ମୃତ ଅଭିମନୁ୍ୟ ପଣ୍ଡାଙ୍କ ସ୍ତ୍ରୀଙ୍କଠାରୁ ଜଣାପଡିଥିବା ନେଇ ଦାବୀ ପତ୍ରରେ ଉଲ୍ଲେଖ ରହିଛି ।
ଏହି ହତ୍ୟ ଘଟଣା ପରେ ଉକ୍ତ ଠିକାଦାରଙ୍କୁ ପୋଲିସ ଥାନାକୁ ଡାକି ଜେରା କରିଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ତେଣୁ ତଦନ୍ତ ଦାୟୀତ୍ୱରେ ଥିବା ଅଧିକାରୀଙ୍କର ଅନୁସନ୍ଧାନ ସନେ୍ଦହପୁର୍ଣ୍ଣ ଥିବାରୁ ଅଭିମନୁ୍ୟ ପଣ୍ଡାଙ୍କ ପରିବାର ଏହି ଘଟଣାରେ ନ୍ୟାୟ ପାଇବାରେ ଅସଫଳ ହେବେ ବୋଲି କୁହାଯିବା ସହିତ ଏହି ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଦୋଷୀଙ୍କୁ ଆଇନ ଅନୁସାରେ ଦଣ୍ଡିତ କରିବାକୁ ଅନୁରୋଧ କରିଛନ୍ତି । ସୁଚନା ଯୋଗ୍ୟ ଗତ ୧୦.୧୨.୨୦୧୯ ତାରିଖଦିନ ସକାଳେ ଅଭିମନୁ୍ୟ ପଣ୍ଡା ତାଙ୍କ ବାଲିଗୁଡା ସ୍ଥିତ ଘର ବାହାରେ ଥିବାବେଳେ ହଠାତ ଦୁଇଜଣ ଯୁବକ ସେଠାରେ ଆସି ତାଙ୍କୁ ଅତର୍କିତ ଭାବରେ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ଡାକ୍ତରଖାନାକୁ ନିଆଯିବାପରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ତେବେ ଅଭିମନୁ୍ୟ ପଣ୍ଡା ବାଲିଗୁଡା ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ଟ୍ରଷ୍ଟି ଥିଲେ । ମନ୍ଦିରରେ ଥିବା ବିଭିନ୍ନ ଅସୁବିଧା ବାବଦରେ ସେ ତଦନ୍ତ କରିବା ସହିତ ଅଂଚଳରେ ହେଉଥିବା ଦୁର୍ନିତିକୁ ସୁଚନା ଆଇନ ବଳରେ ଲୋକ ଲୋଚନକୁ ଆଣୁଥିଲେ ।
ଯାହା ଅଂଚଳର କିଛି ଦୁର୍ନିତି ଖୋର ଲୋକଙ୍କର ସ୍ୱର୍ଥହାନୀ ଘଟୁଥିଲା । ଫଳରେ ତାଙ୍କୁ ଏଭଳି ହତ୍ୟା କରାଯାଇଛି ବୋଲି କହିଛନ୍ତି ତାଙ୍କ ସାନ ଭାଇ ଅଜିତ କୁମାର ପଣ୍ଡା(ବୁଢା) ଏବଂ ବାଲିଗୁଡା ସମେତ ବାଟାଗୁଡା,ମିଡିଆକିଅ,ଋତୁଙ୍ଗିଅ ଏବଂ ପରମପାଙ୍ଗା ଅଂଚଳର କାମରାଜ ଦିଗାଲ,ଜହନ ଦିଗାଲ,ନରେଶ ଦିଗାଲ,ଲକ୍ଷ୍ମୀକାନ୍ତ ମଲ୍ଲିକ,ନମେଶ୍ୱର ମଲ୍ଲିକ,ସୁଡି୍ର ମଲ୍ଲିକ,ଦାସରଥି ମୁଖି,ଅଜିତ ମଲ୍ଲିକ,ନଳିନି ନାୟକ,ଟୁଲୁ ମଲ୍ଲିକ,ବିନୋଦ ନାୟକ,ସୁରେନ୍ଦ୍ର ନାୟକଙ୍କ ସମେତ ୫ଟି ଗାଁରୁ ଆସିଥିବା ପ୍ରାୟ ୫୦ରୁ ଅଧିକ ଲୋକ । ସେମାନେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଇବାକୁ ଦାବୀ କରିଛନ୍ତି ।