Odisha news

ପାଇପରେ ଆସୁଛି ଗୋଳିପାଣି : ଗୋଳିପାଣି ବ୍ୟବହାରରେ ବ୍ୟାପିବ ବିଭିନ୍ନ ରୋଗ

0

ବାଲିଗୁଡା,୬/୮-; ବାଲିଗୁଡା ସହରରେ ଗତ କିଛି ଧରି ପାଇପରେ ଆସୁଛି ଗୋଳିପାଣି । ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦରେ ରହିଅଛି ୧୩ ଗୋଟି ୱାଡକୁ ନେଇ ଗଠିତ ।ବାଲିଗୁଡା ସହରରେ ଜନସ୍ୱାର୍ଥ ବିଭାଗ ଦ୍ୱାରା ଯୋଗାଣ ପାଇପରେ ପାଣି ଦିଆଯାଉଛି,ଏହାକୁ ସହରସାରା ଲୋକେ ବ୍ୟବହାର କରୁଛନ୍ତି କିନ୍ତୁ କିଛି ଦିନ ହେବ ପାଇପରେ ଆସୁଛି ଗୋଳିପାଣି । ଏପରି ଗୋଳି ପାଣି ଆସୁଛି ଯେ କେତେବେଳେ କାଦୁଅ ପାଣି ତ କେତେବେଳେ ପେଜୁାା ରଙ୍ଗର ପାଣି । ୁ ଗୋଳି ପାଣି ଆସିବା ପରେ ତାହାକୁ ଦେଖି ସମସ୍ତଙ୍କ ମନଫିକା ପଡିଯାଉଛି ।ପ୍ରଥମେ ପ୍ରଥମେ ପାଣି ଆସିବା ପରେ ସମସ୍ତେ ଭାବନ୍ତି ଆଉ କିଛି ସମୟପରେ ସଫା ପାଣି ଆସିବ ଭାବି ଅପେକ୍ଷା କରିଥାନ୍ତି ।କିନ୍ତୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେବି ପାଇପରେ ଆସୁଛି ଗୋଳିପାଣି ,ସଫାପାଣି ଆସିବାର ନା ନେଉନାହିଁ । ଏହି ଗୋଳୋପାଣି ଆଦୌ ବ୍ୟବହାର କରାଯାଇପାରିବ ନାହିଁ । ଏହି ଗୋଳିପାଣି ଦେଖିଲେ ଘୃଣା ଲାଗୁଛି । ବାଲିଗୁଡା ସହରରେ ପ୍ରାୟ ଅଧିକାଂଶ ଲୋକେ ନିଜ ଘରକୁ ଯୋଗାଣ ପାଇପ ସଂଯୋଗ କରିଛନ୍ତି । କିନ୍ତୁ ପାଇପରେ ଗୋଳି ପାଣି ଆସିବା ଯୋଗୁଁ ଲୋକେ ଆଖପାଖ କୁପ କିମ୍ବା ନଳକୁପକୁ ଜଳକୁ ବ୍ୟବହାର କରିବା ନିମନ୍ତେ ହାଣ୍ଡି,ମାଠିଆ,ବାଲତି ଧରି ଯାଉଛନ୍ତି ଓ ପାଣି ଆଣୁଛନ୍ତି । ଗୋଳିପାଣି ବ୍ୟବହାର କରିବା ଦ୍ୱାରା ଲୋକଙ୍କ ୁ ଆଖିଧରା ରୋଗ ସହ ଚର୍ମରୋଗ ହେଉଛିଦେହହାତ କୁଣ୍ଡାଇ ହେଉଛିି । ଡାକ୍ତର ଗୋଳିପାଣି ବ୍ୟବହାର କଲେ କାଚୁକୁଣ୍ଡିଆ,ସହ ଚର୍ମରୋଗ ଓ ଆଖିରୋଗ ସହ ଅନ୍ୟ ପାଣି ଜନିତ ରୋଗରେ ଆକ୍ରାନ୍ତହେବ ବୋଲି କହିଛନ୍ତି । ବର୍ଷା ଦିନ ନଆସୁଣୁ ପାଇପରେ ଗୋଳି ପାଣି ଆସୁଛି ତେବେ ଆଗାମି ଦିନରେ ଆସୁଥିବା ବର୍ଷା ଦିନରେ କଣ ସହରବାସୀ ସଫା ପାଣି ନପାଇ ସବୁବେଳେ ଗୋଳିପାଣି ପାଇବେ କି ଆଦି ବିଭିନ୍ନ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଛି ।
ଏହାକୁ ନେଇ ଜନସ୍ୱାର୍ଥ ବିଭାଗର ଯନ୍ତ୍ରୀ ଏ ଚକ୍ରଧର ଙ୍କୁ ଯୋଗାଯୋଗ କରିବାରିୁ ସେ କହିଛନ୍ତି ନଦୀରେ ବୋହୁତ ଗାଳିପାଣି ଆସୁଛି ,ତଥାପି କେମିକାଲ ମିଶାଇ ଗୋଳି କଟାଯାଉଛି କିନ୍ତୁ ଅଧିକ ଗୋଳି ପାଣି ନଦୀରେ ଆସୁଛି ତେଣୁ ଆମ କର୍ମଚାରୀ ମାନେ କେମିତି କେମିକାଲ ପକାଉଛନ୍ତି ତାକୁ ମଧ୍ୟ ଦେଖିବି ବୋଲି କହିଛନ୍ତି ଓ ଅତିଶିଘ୍ର ସଫାପାଣି ଦେବାକୁ ଆମର ଚେଷ୍ଟା ଜାରିରହିଛି ବୋଲି କହିଛନ୍ତି ।

Leave A Reply