Odisha news

ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୁର୍ଣ୍ଣ ମତଦାନ ସରିଲା

0

ବାଲିଗୁଡା,୨୦/୫-; ବାଲିଗୁଡାରେ ନିର୍ବାଚନ ମଣ୍ଡଳୀରେ ଆଜି ଥିଲା ମତଦାନ । ଏଥିରେ ଶାନ୍ତିପୁର୍ଣ୍ଣ ଭାବରେ ମତଦାନ ହୋଇଯାଇଛି । ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ୪ଟି ବ୍ଲକ ବାଲିଗୁଡା,ତୁମୁଡିବନ୍ଧ,କୋଟଗଡ ଓ କ.ନୁଆଗାଁ ବ୍ଲକ ସମେତ ବାଲିଗୁଡାଏନଏସି ଯାଉଛି । ସଂନ୍ଧ୍ୟା ୫ଟା ସୁଧା ୬୦ଶତକଡା ମତଦାନ ହୋଇଥିଲା,ଆହୁରି ଅନେକ ବୁଥରେ ଚାଲିଛି ମତଦାନ । ଏହି ନିର୍ବାଚନ ମଣ୍ଡଳିରେ ୧ଲକ୍ଷ୬୫ହଜାର୪୧୨ଜଣ ଭୋଟର ରହିଛନ୍ତି ଏଥି ମଧ୍ୟରେ ପୁରୁଷ ଭୋଟର ୭୯ହଜାର୨୫୫ ଜଣ ଥିବା ବେଳେ ମହିଳା ଭୋଟର ୮୬ହଜାର୧୩୫ ଜଣ ରହିଛନ୍ତି । ଈଭିଏମ ମେସିନ ରେ ୫ଜଣ ବିଧାୟକ ପାର୍ଥୀ ଓ କନ୍ଧମାଳ ଲୋକସଭା ୫ ଜଣ ପାର୍ଥୀଙ୍କ ଭାଗ୍ୟ ରହିଛି ଏହି ଈବିଏମ ମେସିନରେ । ସକାଳ୭ଟାରୁ ପ୍ରତ୍ୟେକ ବୁଥରେ ମତଦାନ ଆରମ୍ଭ ହୋଇଥିଲା ।କେତେକ ସ୍ଥାନରେ ଇଭିଏମ ମେସିନ ତୃଟିଥିବା ଦେଖିବାକୁ ମିଳିଥିଲା ବାଲିଗୁଡା ସୁନାପାଙ୍ଗା ସାହିର ୪୧ନଂ ବୁଥ ,ଭଗାମୁଣ୍ଡା ବିଦ୍ୟାଳୟରେ ହୋଇଥିବା ବୁଥର ମେସିନ କିଛି ସମୟ ପାଇଁ ଅଚଳ ହୋଇଥିଲା କିନ୍ତୁ ଏହାକୁ ସଜାଡିବା ପରେ ଭୋଟର ନିଜର ମତଦାନ କରିଥିଲେ । ବାଲିଗୁଡା ବିଜେଡି ଦଳର ବିଧାୟକ ପାର୍ଥୀ ଚକ୍ରମଣି କହଁର କ.ନୁଆଗାଁ ବ୍ଲକ ଦାଉଙ୍ଗିଆ ପ୍ରଥାମିକ ବିଦ୍ୟାଳୟରେ ବୁଥ ନଂ ୬୪ରେନିଜ ମତଦାନ କରିଥିଲେ,ସେହିଭଳି କଂଗ୍ରେସ ଦଳର ପାର୍ଥୀ ଉପେନ୍ଦ୍ର ପ୍ରଧାନ କ.ନୁଆଗାଁ ବ୍କ ର ସଲାଗୁଡା ଗ୍ରାମର ବୁତ ନଂ ୭୩ରେ ମତଦାନ କରିଛନ୍ତି ସେହିଭଳି ବଜେପିର କଳ୍ପନା କହଁର ବାଲିଗୁଡା ବ୍ଲକ ଖମନଖୋଲରେ ନିଜ ମତଦାନ କରିଛନ୍ତି । ସକ୍ଷୀବୁଥ,ଯୁବ ବୁଥ ଆଦି ସ୍ୱତନ୍ତର ବୁଥ କରି ଭୋଟରଙ୍କୁ ଆକୃଷ୍ଠ କରାଯାଇଥିଲା । ପ୍ରତ୍ୟେକ ବୁଥରେ ପିଇବା ପାଣି,ଖରାଦିନକୁ ଲକ୍ଷକରି ଓଆରଏସ ପାଣି ଆଦି ବ୍ୟବସ୍ଥା କରାଯାଇଥିଲା । ବାଲିଗୁଡାର ଦୁର୍ଗମ ଅଂଚଳରେ ଅନେକ ବୁଥ ରହିଛି । ବର୍ତମାନ ସୁଧା କିଛି ବୁଥର ଈଭିଏମ ମେସିନ ସହ ପୋଲିଂ ପାର୍ଟି ପହଁଚି ସମସ୍ତ ସାମଗ୍ରୀ ଦାଖଲ କରିଛନ୍ତି କିନ୍ତୁ ଅନେକ ବୁଥର ସାମଗ୍ରୀ ଏବଂ ପୋଲିଂ ପାର୍ଟି ପହଁଚି ନାହାନ୍ତି । ଉପଜିଲ୍ଲପାଳ ଡା ରୀନା ପ୍ରଧାନ କହିଛନ୍ତି ସଂନ୍ଧ୍ୟା ୫ଟା ସୁଧା ବାଲିଗୁଡା ନିର୍ବାଚନ ମଣ୍ଡ୍ଳୀରେ ୬୦ ଶତକଡା ଭୋଟହାର ହୋଇଛି କିନ୍ତୁ ବର୍ତମାନ ସୁଧା ୧୫୦ ବୁଥର ଲିଷ୍ଟଆସନାହିଁ ତେଣୁ ଏଥର ଭୋଟହାର ନିହାତି ଭାରେ ବଢିବ ଯାହାକି ୯୦ଶତକଡା ଭୋଟହାର ହେବ ବୋଲି ଅନୁମାନ କରିଯାଉଛି ବୋଲି କହିଛନ୍ତି ଉପଜିଲ୍ଲାପାଳ । ଶାନ୍ତିଶୃଙ୍ଖଳା ଭାବରେମତଦାନ ସରିଛି ।

Leave A Reply