Odisha news

ତ୍ରି -ଦିବସୀୟ ୯ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ 

0
ଠାକୁରମୁଣ୍ଡା -29/1 :  ଠାକୁରମୁଣ୍ଡାରେ ଗାୟତ୍ରୀ ପରିବାର ପକ୍ଷରୁ ୩ ଦିନିଆ ଗାୟତ୍ରୀ ମହାଯଜ୍ଞ 29 ତାରିଖରେ ଉଦଯାପିତ ହୋଇଯାଇଛି l ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ସମ୍ମୁଖ ଯଜ୍ଞ ସ୍ଥଳୀରେ ଅପରାହ୍ନ ୨ ଟା ପରେ ପୂର୍ଣ୍ଣାହୁତି ଦିଆଯାଇଥିଲା l  ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ସମ୍ମୁଖ ଯଜ୍ଞ ସ୍ଥଳୀରେ ସକାଳ ୧୦.୩୦ ରେ ଗୀତାରାଣୀ ମହାପାତ୍ର ମୁଖ୍ୟ ଅତିଥି ବିଶିଷ୍ଟ  ସମ୍ମାନିତ ଅତିଥି ଭାବେ ବସନ୍ତ କୁମାର ପୌବର୍ତ୍ତୀ ଯୋଗଦେଇ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିବା ପରେ ସକାଳ ୧୧ ରେ ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରୁ ୧୦୮ କଳସ ଯାତ୍ରାରେ ମହିଳା ମନେ ମଙ୍ଗଳ କଳସ ଆଣିଥିଲେ l ୧୨ ଟା ସମୟରେ ମହିଳା ଜାଗରଣ ଓ ଗୋଷ୍ଠୀ ଆଲୋଚନା କରାଯାଇଥିଲା  l ପ୍ରମୁଖ ପ୍ରବଚକ  ହେମନ୍ତ କୁମାର ପଣ୍ଡା , ଏମ୍ ଭାଗୀରଥି ଦୋରା, ଶକ୍ତି କୁମାର ପଣ୍ଡା,ପଦ୍ମଲୋଚନ ସାମିଲ, ଶାନ୍ତିଲତା ଦିକ୍ଷିତ, ସୁବାସ ଚୌହାନ, ସରୋଜ କୁମାର ପ୍ରଧାନ । ସେହିପରି ୨୮ ତାରିଖ ସକାଳ ୯ ଟା ସମୟରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ହେବା ସହ ସଂଧ୍ୟା ରେ ପ୍ରବଚନ ଓ ଭଜନକୀର୍ତ୍ତନ ହୋଇ ଥିଲା ।  ଅପରାହ୍ନ 2-30 ପରେ  ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା l 27 ଓ 28 ତାରିଖ ୨ ଦିନ ଧରି ସନ୍ଧ୍ୟା 5.30 ରେ ଯୁଗ ସଂଗୀତ ଓ ପ୍ରବଚନ କାର୍ଯ୍ୟକ୍ରମରେ ଶହ ଶହ ଲୋକ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା l  29 ତାରିଖରେ ନୂଆ ସଦସ୍ୟ ଦୀକ୍ଷା ଗ୍ରହଣ କରିଥିଲେ l ଗାୟତ୍ରୀ ପରିବାରର ଦିଲ୍ଲୀପ ବେହେରା, ଯୋଗେନ୍ଦ୍ର ପାତ୍ର, ଶଶୀକାନ୍ତ ମହାନ୍ତି, ରଂଜିତ ଜେନା, ସଂଜୀବ ସେଠୀ, ଲଳିତ ସାହୁ, ମହେଶ୍ୱର ମହାନ୍ତ, ଅଜିତ ବେହେରା,ରଶ୍ମିରେଖା ମାଝୀ, ସଂଯୁକ୍ତା ମହାନ୍ତି ,ଶକୁନ୍ତଳା ପାତ୍ର,ବିନତା ସେଠୀ,ଶୁଭଶ୍ରୀ ବିଜୟନୀ ସେଠୀ,ପୂଜା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
Govt
Leave A Reply