ବାଲେଶ୍ୱର : ବୁଡ଼ା ଜହାଜ ବିଧ୍ୱଂସକାରୀ ସୁପରସନିକ୍ କ୍ଷେପଣାସ୍ତ୍ର(ସ୍ମାର୍ଟ)ର ଆଜି ପୂର୍ବାହ୍ନ ୧୧.୪୫ ମିନିଟ୍ ସମୟରେ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବ୍ଦୁଲକାଲାମ୍ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଏଲ୍ସି-୪ ଉତ୍କ୍ଷେପଣ କେନ୍ଦ୍ରରୁ ସଫଳତାର ସହ ପରୀକ୍ଷଣ ହୋଇଯାଇଛି ।
ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟିକୁ ସମୁଦ୍ର ଗର୍ଭରୁ ଶତ୍ରୁପକ୍ଷ ବୁଡ଼ାଜାହାଜକୁ ନିକ୍ଷେପ କରାଯାଇ ଅବିଳମ୍ବେ ଧ୍ୱଂସ କରାଯାଇ ଏହି ସୁପରସୋନିକ କ୍ଷେପଣାସ୍ତ୍ରଟି ଶବ୍ଦଠାରୁ ଅଧିକ ବେଗରେ ଗତି କରିପାରିବାର କ୍ଷମତା ରହିଛି । ଏହାକୁ ରାଡାର୍ସ ଇଲେକ୍ଟ୍ରୋ ଅପ୍ଟିକାଲ ବ୍ୟବସ୍ଥା ଦ୍ୱାରା ଆଜିର ଏହି ପରୀକ୍ଷଣକୁ ନିୟନ୍ତ୍ରଣ କରାଯାଇଥିଲା ।
ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂଗଠନ (ଡିଆରଡିଓ), ଆର୍ସିଏଲ୍ (ହାଇଦ୍ରାବାଦ),ଏଡ଼ିଆର୍ଡିଇ (ଆଗ୍ରା) ଏବଂ ଏନ୍ଏସ୍ଟିଏଲ୍ (ବିଶାଖାପାଟଣମ୍)ର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଛି । ତେବେ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ସମ୍ପର୍କରେ ଡିଆରଡିଓ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଆଜିର ଏହି ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗ ଏବଂ ଡିଆର୍ଡିଓର ବହୁ ବରିଷ୍ଠ ଅଧିକାରୀ ଏବଂ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ