ବାଲେଶ୍ୱର : ବିଦେଶରେ ରହୁଥିବା କିଛି ଲୋକ ଭାରତୀୟ ସଂସ୍କୃତି ଓ ଧର୍ମୀୟ ଭାବନା ପ୍ରତି ଆକୃଷ୍ଟ ହୋଇ ତାହାକୁ ଆପଣେଇ ନେବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି । ଏଭଳି ଏକ ଘଟଣା ଘଟିଛି ୨ଜଣ ବିଦେଶାଗତ ରୁଷୀୟ ବ୍ୟକ୍ତିଙ୍କ କ୍ଷେତ୍ରରେ । ମିଳିଥିବା ସୂଚନା ଅନୁଯାୟୀ ରୁଷିଆରୁ ଭୋରନଭ ସେଗେରାଇ ଓ ଆଣ୍ଡ୍ରିନୋଭା ତାତିୟାନା ପୂର୍ବରୁ ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସିଥିଲେ । ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଭକ୍ତିରେ ଏତେ ବିଭୋର ହୋଇଯାଇଥିଲେ ଯେ ସେମାନେ ଆଉ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ରେମୁଣା ଛାଡ଼ିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ସେମାନେ ୨ଜଣ ଇସ୍କନ ଭକ୍ତ ହୋଇଥିବାରୁ କ୍ଷୀରଚୋରା ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ ।
ଗତ ମାର୍ଚ୍ଚମାସ ୨୩ ତାରିଖ ଠାରୁ ଅଗଷ୍ଟମାସ ଶେଷ ପର୍ଯ୍ୟନ୍ତ ସମଗ୍ର ଦେଶ ଲକ୍ଡାଉନ୍ ଓ ସଟ୍ଡାଉନ୍ ମଧ୍ୟରେ ରହିଯିବାରୁ ଏହି ବିଦେଶାଗତ ଭକ୍ତ ଦମ୍ପତ୍ତି ସ୍ୱଦେଶକୁ ଫେରିପାରି ନଥିଲେ । ଇତ୍ୟବସରରେ ସେମାନଙ୍କ ଭିସାର ବୈଧତା ସରିଯାଇଥିବାରୁ ଘରମାଲିକ ଘରଛାଡ଼ିବା ପାଇଁ କହିଥିଲେ । ଏହି ଘଟଣାରେ ଇସ୍କନ ଭକ୍ତଦ୍ୱୟ ମି୍ରୟମାଣ ହୋଇ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେମାନଙ୍କ କହିବା କଥା ସେମାନେ ବାଲେଶ୍ୱରରେ ରହି ଭଗବାନ କୃଷ୍ଣଙ୍କର ସେବା କରିବାକୁ ଚାହୁଁଥିବା ବେଳେ ଏଠାକାର ନାଗରିକତ୍ୱ ଗ୍ରହଣ କରିବା ପାଇଁ ମଧ୍ୟ ଇଚ୍ଛାପ୍ରକାଶ କରିଛନ୍ତି । ଏହି ଘଟଣା ଏବେ ବାଲେଶ୍ୱରରେ ଚର୍ଚ୍ଚର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ାର ବିଷୟ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ବିଦେଶୀ ନାଗରିକ ଇସ୍କନ୍ ଧର୍ମ ଗ୍ରହଣ କରିବା ପରେ ତାଙ୍କର ନାମ ପରିବର୍ତ୍ତନ କରାଯାଇ ଶକ୍ତିତତ୍ତ୍ୱ ଦାସ ଓ ତେଜସ୍ୱିନୀ ଦେବଦାସୀ ରଖାଯାଇଥିବା ଜଣାଯାଏ