Odisha news

ବାଲେଶ୍ୱର ସହରରେ ଜୁନ୍‌ ୨୨ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ

0

ବାଲେଶ୍ୱର: ବାଲେଶ୍ୱର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଅଣାୟତ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି। ଗୁରୁବାର ଇଣ୍ଟରନେଟ୍‌ ସେବା ବନ୍ଦ ଆଦେଶକୁ ଜୁନ୍‌ ୨୨ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ସାମାନ୍ୟ କୋହଳ ଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବଜାରରେ ଲୋକେ ଭିଡ଼ ଜମାଇଥିଲେ। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବାଲେଶ୍ୱରରେ ୫ କମ୍ପାନୀ ବିଏସ୍‌ଏଫ୍‌ ଫୋର୍ସ ପହଞ୍ଚିଛନ୍ତି।

Leave A Reply