Odisha news

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପୂଜାର୍ଚ୍ଚନା ସୁଷମା ସ୍ୱରାଜଙ୍କ ପ୍ରଥମ ଶ୍ରାଦ୍ଧଦିବସ ପାଳନ

0

ବାଲେଶ୍ୱର : ଗତ ଦୁଇ ଦିନ ତଳେ ଓଡିଶା ରାଜନୀତିର  ଓଡିଆ ଅସ୍ମିତାର ପରିଚୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କରୋନା ଭୁତାଣୁ ଚିହ୍ନଟ ହୋଇଛି  । ଏହି ପରିପ୍ରେକ୍ଷୀରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଅନେକ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟକର୍ମୀ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଓ ଦୀପଦାନ କରାଯାଇଅଛି । ଏହିକ୍ରମରେ ଆଜି ସ୍ଥାନୀୟ କାଳୀ ମନ୍ଦିରରେ ଭାରତୀୟ ଜନତା ପାର୍ଟି, ବାଲେଶ୍ୱର ସଦର ପକ୍ଷରୁ ପୂଜାର୍ଚ୍ଚନା କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭଗବାନଙ୍କ କୃପାରୁ ଶୀଘ୍ର ସୁସ୍ଥ ହୋଇ ନୂଆ ଭାରତ ଓ ନୂଆ ଓଡିଶାର ବିକାଶ କାର୍ଯ୍ୟରେ ନିଜର ଯୋଗଦାନ କରିବେ ବୋଲି ମତବ୍ୟକ୍ତ ପାଇଥିଲା ।

ଏହା ସହ ସଦର ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତ୍ରୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ୰ସୁଷମା ସ୍ୱରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ହେବା ସହ ତାଙ୍କ ଜୀବନଚର୍ଯ୍ୟା ସମ୍ବନ୍ଧରେ ଆଲୋଚନା  ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ସୁଜିତ ଦେବ, ବୈଲୋଚନ ଦାସ, ମଣ୍ଟୁ ପେରିୱାଲ, ରାଧାକୃଷ୍ଣ ଦାସ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ,  ମାନସ କୁମାର ଦତ୍ତ, ବିଭୁପଦ ଦାସ, ବିକାଶ ପାଢୀ, ଧୀରଜ ମହାନ୍ତି, ପ୍ରବୀର ଶଙ୍କର ଦାଶ, କୌଶିକ ଚାନ୍ଦ, ମନ୍ମୟ ଦାସ, ପବନ ସିଂହ, ବିନୟ ମହାରଣା, ଅଶୋକ ଦାସ, ସସ୍ମିତା ଦାଶ, ଅରୁପ ଜେନା, ତରୁଣ ବର୍ଦ୍ଧନ,  ଅଭୟ ସ୍ୱାଇଁ, ବିଜୟ ସେଠୀ, ଦିନେଶ ରଣା, ଜୟନ୍ତ ଜେନା, ଶୋଭାକର ସାହୁ, ସନ୍ଦୀପ ଲେଙ୍କା, ରାକେଶ ପାଢୀଙ୍କ ସହ ସହର ଓ ସଦର ସମସ୍ତ  ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ

Leave A Reply