ବାଲେଶ୍ୱର–ଫକୀରମୋହନ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପରିଳନା ବିଭାଗ ପକ୍ଷରୁ ଜୀବନ ଦକ୍ଷତାର ବିକାଶ ସମ୍ପର୍କିତ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାର ପ୍ରଥମାର୍ଦ୍ଧରେ ବାଲେଶ୍ୱର ଚିନ୍ମୟ ମିଶନର ବ୍ରହ୍ମଚର୍ଯ୍ୟ ଅଗସ୍ତ୍ୟା ଚୈତନ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନବିକ ମୂଲ୍ୟବୋଧର ବିକାଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଧ୍ୟାତ୍ମିକତା ଏବଂ ମାନବୀୟ ମୂଲ୍ୟବୋଧ ଶୀର୍ଷକରେ ଅନୁଷ୍ଠିତ ଏହି କର୍ମଶାଳାରେ ଅଧ୍ୟାପକ ଦେବଦତ୍ତ ଦାସ, ଅଧ୍ୟାପକ ଡ. ଆର୍ତ୍ତବନ୍ଧୁ ଜେନା, ବିଭାଗମୂଖ୍ୟ ଡ. ପଦ୍ମଲିତା ରାଉତରାୟ, ଅଧ୍ୟାପିକା ପ୍ରତିମା ବୁର୍ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
ବିଭାଗମୁଖ୍ୟ, ମୁଖ୍ୟ ଅତିଥିଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା । ଦ୍ୱିତୀୟାର୍ଦ୍ଧରେ ଯୋଗ ଏବଂ ଧ୍ୟାନ ସମ୍ପର୍କିତ ଆଲୋଚନା ଚକ୍ରରେ ବାଲେଶ୍ୱର ସ୍ଥିତ ହେଲଦୀ ଲାଇଫ ଯୋଗ ମହାବିଦ୍ୟାଳୟର ଯୋଗପ୍ରଶିକ୍ଷକ ଡ. ଚିତ୍ତରଂଜନ ସାହୁ ଯୋଗଦେଇ ଯୋଗଦ୍ୱାରା ସମଗ୍ର ବିଶ୍ୱ ନିରାମୟ ଓ ସୁସ୍ଥ ରହିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଡ. ଦେବଦତ୍ତ ଦାସ ସଭା ପରି·ଳନା କରିଥିବା ବେଳେ ବିଭାଗମୁଖ୍ୟ ଡ. ପଦ୍ମଲିତା ରାଉତରାୟ ଯୋଗ ଏବଂ ଏହାର ଉପଦେୟତା ନେଇ ସମ୍ଭାଷଣ ରଖିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ ବିଭିନ୍ନ ଯୋଗାସନ ସମ୍ପର୍କରେ ବୁଝିଥିଲେ ।