Odisha news

କାମଧେନୁ ରାଇସ୍ ମିଲ କର୍ମଚାରୀଙ୍କ ଅସ୍ଵାଭାବିକ ମୃତ୍ୟୁ

0
ବୈଶିଙ୍ଗା–୧୭/୧–ବୈଶିଙ୍ଗା ଥାନା ଅଧୀନ ବ୍ରହ୍ମପୁରା ସ୍ଥିତ କାମଧେନୁ ରାଇସ୍‌ ମିଲର ଜନୈକ କର୍ମଚାରୀଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ପଶ୍ଚିମବଙ୍ଗ ବାଙ୍କରା ଜିଲ୍ଲାର ତପ୍ତ ଗ୍ରାମର ମନହୋର ପାଲ ଙ୍କ ପୁତ୍ର ବନମାଳି ପାଲ (୨୮) କାମଧେନୁ ରାଇସ ମିଲରେ ମେସିନ ମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ। ଆଜି ସୋମବାର ସକାଳେ ନିଜ ବିଛଣାରେ ପଡିରହିଥିବାର ଦେଖିବାକୁ ମିଳିଥିଲା। ଅନ୍ୟ କର୍ମଚାରୀ ଡାକିବାରୁ ନଉଠିବାରୁ ମାଲିକମାନଙ୍କୁ ଖବର ଦେଇଥିଲେ। ତାପରେ ତାକୁ ବେତନଟୀ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହା ପରେ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବାରିପଦାକୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି। ଏହି  ଅସ୍ବାଭାବିକ ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ପୂର୍ବରୁ ଜଣ୍ଡିସରେ ଆକ୍ରାନ୍ତ ଥିବା ଗୁରୁପାକ ଖାଦ୍ୟ ଜନିତ ମୃତ୍ୟୁ ହୋଇଥିବାର ଆଶା କରାଯାଉଛି।
Leave A Reply