ବୈଶିଙ୍ଗା–୧୭/୧– ବୈଶିଙ୍ଗା ଥାନା ଅଧୀନ ପାଟଳୀପୁରା ପାଞ୍ଚୟତର ଖଣ୍ଡଦେଉଳିଆ ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ବିନ୍ଧାଣୀଙ୍କ ପୁତ୍ର ରଜତ କୁମାର ବିନ୍ଧାଣୀ ନିଜର ନନ୍ଦିନୀ ଏଣ୍ଟରପ୍ରାଇଜେସ ନାମରେ ଏକ ଠକ ସଂସ୍ଥା ଖୋଲି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଏହି ସଂସ୍ଥା ନାମରେ ବ୍ୟାଙ୍କ ଚ୍ୟାକ ଦେଇ ଠକି ଥିବା କାରଣରୁ ବୈଶିଙ୍ଗା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ବିବରଣୀରୁ ପ୍ରକାଶ ଏହି ଥାନା ଅଧୀନ ନଡ ପୁର ଗ୍ରାମର ସନ୍ତୋଷ ଦାସଙ୍କ ପୁତ୍ର ସୁଧାଂଶୁଙ୍କ ଠାରୁ ୨୦୧୬ ମସିହାରେ ଦଶ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇ ରଜତ ବିନ୍ଧାଣୀ ନନ୍ଦିନୀ ଏଣ୍ଟରପ୍ରାଇଜେସ ନାମରେ ଚେକ ପ୍ରଦାନ କରିଥିଲେ। ବର୍ଷ ବର୍ଷ ଧରି ଟଙ୍କା ନଫେରାଇବାରୁ ସୁଧାଂଶୁ ଓ ଅନ୍ୟ ଜଣେ ମହିଳା ଧାନାରେ ଅଭିଯୋଗ କରିଥିଲେ । ପୃଥିବ ଭାବେ ଆଇସିସି ୧୩ / ୨୦୧୯ ସ ଆଇସିସି ୪୧/୨୦୧୯ ର ଦୁଇଟି ମାମଲା ସହିତ ୧୩୮ ଏନ୍ ଆଇ ଆକ୍ଟ ଜରିଆରେ ଜାମିନ୍ ବିହୀନ ପରୱାନା ଜାରି ହୋଇଥିଲା। ଅଭିଯୁକ୍ତ ରଜତ ଘରୁ ପଳାଇଯାଇ ବାଲେଶ୍ଵର ପଳାଇଯାଇ ଲୁଚିରହିଥିବା ବେଳେ ବୈଶିଙ୍ଗା ପୁଲିସ ଠାବ କରି ଶନିବାର ଦିନ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ସାଧାରଣ ଲୋକେ ଏଭଳି ଠକାମୀର ଶିକାର ନ ହେବା ପାଇଁ ବୁଦ୍ଧିଜୀବି ତଥା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।