ବୈଶିଙ୍ଗା–୫/୯–ବୈଶିଙ୍ଗା ଥାନା ଅଧୀନ ଖଇରୀବଣି ଛକ ରାଜା ଢାବା ନିକଟସ୍ଥ ୧୮ନଂ ଜାତୀୟ ରାଜପଥ ଉପରେ ଆଜି ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଯାଇଛି। ସୂଚନାଯୋଗ୍ୟ ବାଇକ ଆରୋହୀ ଯୁଗୁପୁରା ଗ୍ରାମର ସୋରା ସିଂର ପୁଅ ମଣ୍ଟୁ , ଚନ୍ଦୁ ସିଂର ପୁଅ ମନୁ ସାଇକେଲ ଆରୋହୀ ମୋଦା ସାହି ଗ୍ରାମର ପାଗୁଲୁ ସିଂଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଧକ୍କା ହେବା ଫଳରେ ସାଇକେଲ ଆରୋହୀ ଏବଂ ବାଇକରେ ଥିବା ଦୁଇ ବ୍ୟକ୍ତି ଅତି ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡିରହିଥିଲେ।
କୌଣସି ସୂତ୍ରରୁ ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ତିନି ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ବୈଶିଙ୍ଗା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଡାକ୍ତରଖାନାରେ ସାଇକେଲ ଆରୋହୀ ଏବଂ ବାଇକ ଚାଳକର ଅବସ୍ଥା ଅତି ସଂକଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ଵର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
Comments are closed.