Odisha news

ଆଜି ହେଉଛି ପବିତ୍ର ବୈଶାଖ ପୂର୍ଣିମା : କଣ ରହିଛି ଏହାର ମହତ୍ୱ , ସନ୍ତାନ ପ୍ରାପ୍ତି ପାଇଁ ଓ ବୈବାହିକ ଜୀବନ ସୁଖମୟ ପାଇଁ କରନ୍ତୁ ଏହି କାର୍ଯ୍ୟ

0

ବୈଶାଖ ମାସର ଶେଷ ଦିନଟି ହେଉଛି ବୈଶାଖ ପୁର୍ଣିମା ବା ଚନ୍ଦନ ପୂର୍ଣିମା ଏବଂ ଏହିଦିନ ଟିକୁ ବୁଦ୍ଧ ପୁର୍ଣିମା ମଧ୍ୟ କୁହାଯାଇ ଥାଏ l ଏହିଦିନ ଟିର ରହିଛି କିଛି ବିଶେଷ ମହତ୍ୱ l ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ପୂର୍ଣିମା ତିଥିରେ ଚଳିତ ଥର ଘଟୁଛି ସର୍ବାର୍ଥ ସିଦ୍ଧି ଯୋଗ l ତେଣୁ ଆଜିର ଦିନର ହିନ୍ଦୁ ଧର୍ମରେ ମାନ୍ୟତା ରହିବାର ରହିଛି କିଛି ବିଶେଷ କାରଣ l

ବୈଶାଖ ପୁର୍ଣିମାରେ କଣ ରହିଛି ମହତ୍ୱ –
ପୌରାଣିକ କଥା ଅନୁସାରେ, ଧନେଶ୍ୱର ନାମକ ଜଣେ ଧନୀ ବ୍ୟକ୍ତି ଥିଲେ l ତାଙ୍କର କୌଣସି ସନ୍ତାନ ହେଉ ନଥିଲେ l ଏକଦା ତାଙ୍କର ଜଣେ ଯୋଗୀ ଙ୍କ ସହିତ ସାକ୍ଷାତ ହେଲା l ଯୋଗୀ ଜଣଙ୍କ ଧନେଶ୍ୱର ଙ୍କୁ ବୈଶାଖ ମାସ ପୂର୍ଣିମା ବ୍ରତ ପାଳନ କରିବା ପାଇଁ କହିଥିଲେ l ଏହାପରେ ଧନେଶ୍ୱର ପୂର୍ଣିମା ବ୍ରତ କରିଥିଲେ ଏବଂ ଶ୍ରୀହରୀ ଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା କରିଥିଲେ l ଏହି ବ୍ରତ ର କିଛିଦିନ ପରେ ତାର ପତ୍ନୀ ଗର୍ଭବତୀ ହୋଇଥିଲା l ଏବଂ ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା l ସେହି ଦିନଠାରୁ ବୈବାହିକ ଦମ୍ପତି ବୈଶାଖ ବ୍ରତ କରିବାର ପରମ୍ପରା ରହି ଆସୁଛି l

କରନ୍ତୁ ଏହି ଉପାୟ –
– ପ୍ରତିମାସ ଶୁକ୍ଲପକ୍ଷ ର ଚତୁର୍ଦଶୀ ତିଥିରେ ପୁର୍ଣିମା ପାଳିତ ହୋଇଥାଏ l ମାନ୍ୟତା ଅନୁସାରେ ବୈଶାଖ ମାସରେ ଦାନ-ପୁଣ୍ୟ ର ବିଶେଷ ମହତ୍ୱ ରହିଛି l

– ଏହିଦିନ ଶ୍ରୀହରି ଓ ମା ଲକ୍ଷ୍ମୀଙ୍କ ଆରାଧନା କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l

– ବୈଶାଖ ପୂର୍ଣିମା ଦିନ ବ୍ରତ ରଖିବା ଦ୍ୱାରା ସନ୍ତାନ ହୀନ ଦମ୍ପତି ସନ୍ତାନ ପ୍ରାପ୍ତି କରନ୍ତି, ଏବଂ ସନ୍ତାନ ମାନଙ୍କ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

– ମାନ୍ୟତା ରହିଛି ଯେ ବୈଶାଖ ପୁର୍ଣିମା ଦିନ ଯଦି ଘରର ଐଶାନ୍ୟ କୋଣରେ ମାତା ଲକ୍ଷ୍ମୀ ଓ ଶ୍ରୀହରୀ ଙ୍କୁ ପ୍ରସାଦ ଅର୍ପଣ କରାଯାଇ ଥାଏ ତେବେ ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l

– ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ବୈଶାଖ ପୂର୍ଣିମା ଦିନ ଯଦି ଆପଣ ଗୋଟିଏ ପାତ୍ରରେ ଜଳ ପୁର୍ଣ କରି କୌଣସି ଜୀବଜନ୍ତୁ ଙ୍କୁ ପିଇବାକୁ ଦେବେ ସମସ୍ତ ପାପ କ୍ଷୟ ହୋଇଥାଏ l

– ଆଜିର ଦିନରେ ଅନ୍ନ ଦାନ,ଜଳ ଦାନ ର ଅନେକ ମହତ୍ୱ ରହିଛି l ତେଣୁ କୌଣସି ଦୁଖୀ ଜନ ବା ଦୀନହୀନ ଙ୍କୁ ଅନ୍ନ ଦାନ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l

Leave A Reply