ଶନିବାର କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ସ୍ଥଳପଥରେ ବାତ୍ୟା ଅଂଚଳ ଗସ୍ତ କରି ବୁଲି ଦେଖିଛନ୍ତି । ରାଜନଗର ରୁ ତାଳଚୁଆ ଯିବା ବାଟରେ ଜରିମୂଳ ବଜାର, ଘଡିଆମାଳ, ଇଶ୍ବରପୁର, ରିଘାଗଡ, ଡାଙ୍ଗମାଳ ପ୍ରଭୃତି ସ୍ଥାନରେ ଓହ୍ଲାଇ ଲୋକଙ୍କ ସହ ଆଲୋଚନା କରିବା ପରେ ତାଳଚୁଆରେ ପହଁଛିଥିଲେ । ତାଳଚୁଆ ଜେଠି ନିକଟରେ ଚାଲି ଚାଲି ବଜାର ଛକ ଯାଏଁ ଆସିଥିଲେ । ତାଳଚୁଆରେ ବିପନ୍ନ ଲୋକଙ୍କ ସହ ବାତ୍ୟା ସମୟର ସ୍ଥିତି କିପରି ଥିଲା , ସେ ସଂପର୍କରେ ଆଲୋଚନା
କରିଥିଲେ।ବିପନ୍ନ ଲୋକମାନେ ସେମାନଙ୍କ ଅସୁବିଧା ସମ୍ପର୍କ ରେ ସାଂସଦ ଙ୍କୁ କହିଥିଲେ। ସାଂସଦ ଏକ ପୋଷ୍ଟକାର୍ଡ ଧରାଇବା ସହ ଟେଲିଫୋନ ନମ୍ବର ଦେଇଥିଲେ । ୧୫ଦିନ ମଧ୍ୟରେ ସରକାରୀ ସାହାଯ୍ୟ ନମିଳିଲେ ତାଙ୍କୁ ପୋଷ୍ଟକାର୍ଡରେ ଲେଖି ଜଣାଇବାକୁ କହିଥିଲେ। ସାଂସଦଙ୍କ ସହିତ ମହାକାଳପଡା ବିଧାୟକ ଦୁର୍ଗ। ପ୍ରସନ୍ନ ନାୟକ, ରାଜନଗର ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରା , ତେଜେଶ୍ୱର ପରିଡା, ନାରୀନେତ୍ରୀ ଗୀତାଞ୍ଜଳୀ ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ବାତ୍ୟା ଅଂଚଳ ପରିଦର୍ଶନ କରିଥିଲେ ।