Odisha news

ବଡଚଣାରେ ବିରୋଧୀଙ୍କ ମେଳି ପରେ ଶକ୍ତି ପ୍ରଦର୍ଶନ କଲେ ଅମରଙ୍କ ସମର୍ଥକ : ବଡଚଣା ମହୋତ୍ସବ ପଡିଆ ଲୋକାରଣ୍ୟ 

0
ଚଣ୍ଡିଖୋଲ :  ଚଳିତ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ନେତୃତ୍ୱ ଓ ଦଳୀୟ ଟିକେଟ ଆଶାରେ ଦୀର୍ଘ ଦିନହେବ ଛକାପଞ୍ଛା ଲାଗିରହିଛି! ବିଧାୟକ ଅମରପ୍ରସାଦ ଶତପଥୀ ଓ ତାଙ୍କୁ ବିରୋଧ କରୁଥିବା ଗୋଷ୍ଠୀଙ୍କ ପକ୍ଷରୁ ଏଠାରେ ବାରମ୍ବାର କର୍ମୀ ବୈଠକ,ସମାବେଶ ଓ ସାମ୍ବାଦିକ ସମ୍ମିଳନୀ କରାଯାଇ ପରଷ୍ପର ବିରୋଧରେ ଆରୋପ ପ୍ରତି ଆରୋପ କରି ଚାଲିଛନ୍ତି!ବିରୋଧୀଙ୍କ ପକ୍ଷରୁ ଏଠାରେ ବିଜେଡିର ନେତୃତ୍ୱ ପରିବର୍ତ୍ତନ ପାଇଁ ଦୃଢ ଦାବି ହେଉଥିଲା ବେଳେ ତାହାକୁ ପ୍ରତିହତ କରିବା ପାଇଁ ବିଧାୟକ ଗୋଷ୍ଠୀ ମଧ୍ୟ ଯୋରସୋର ଉଦ୍ୟମ ଯାରୀ ରଖିଛନ୍ତି! ବିରୋଧୀଙ୍କ ପକ୍ଷରୁ ଗତ ୨୯ ତାରିଖ ଦିନ ସ୍ଥାନୀୟ ଖଇରା ମେଲଣ ପଡିଆରେ ଏକ ସାଙ୍ଗଠନିକ ବୈଠକ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରାଯାଇ ଏଠାର ଦଳୀୟ ନେତୃତ୍ୱ ପରିବର୍ତ୍ତନ ପାଇଁ ରାଜ୍ୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା! ତେବେ ବିରୋଧୀଙ୍କର ଏହି ବୈଠକ ଓ ଆରୋପକୁ କଡା ଜବାବ ଦେବାକୁ ଯାଇ ସୋମବାର ସନ୍ଧ୍ୟାରେ ବଡଚଣା ମହୋତ୍ସବ ପଡିଆରେ ବିଧାୟକଙ୍କ ସମର୍ଥକଙ୍କ ପକ୍ଷରୁ ଏକ ବିରାଟ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇ ବିରୋଧୀଙ୍କୁ କଡା ଯବାବ ଦିଆଯାଇଥିଲା! ଅମରଙ୍କୁ ସମର୍ଥନ କରି ବଡଚଣାର ୪୩ ପଞ୍ଚାୟତରୁ ହଜାର ହଜାର କର୍ମୀ ସଭା ସ୍ଥଳରେ ସମବେତ ହୋଇଥିଲେ! ସମଗ୍ର ଅଞ୍ଚଳ ଲୋକାରଣ୍ୟ ହେବା ସାଙ୍ଗକୁ ଦୀର୍ଘ ସମୟଧରି ରାସ୍ତାଘାଟ ଭୀଷଣ ଯାମ ପରିଲକ୍ଷିତ ହୋଇଥିଲା!ଏହି ସମାବେଶ ପରେ ବିଧାୟକ ଓ ବିଜେଡି ଦଳର ବିରୋଧୀଙ୍କ ମଧ୍ୟରେ ଅଙ୍କକଷା ସହ ଅବଗଣନା ଆରମ୍ଭ ହୋଇଛି! ଏହି ସମାବେସରେ ବଡଚଣା ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ ଅଧ୍ୟକ୍ଷତା କରିଥିଲେ! ଏଥିରେ ବିଧାୟକ ଅମରପ୍ରସାଦ ଶତପଥୀ ଯୋଗଦେଇ ବଡଚଣାବାସୀଙ୍କ ଆବେଗ ଓ ଭଲପାଇବାର ନିଷ୍ପତି ନିର୍ଣ୍ଣାୟକ ହେବ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ବଡଚଣା ପ୍ରତି ରହିଥିଲା ଓ ଆଗକୁ ତାହା ଵଜାୟ ରହିବ ବୋଲି କହିବା ସହ ଦଳର ଯେଉଁ କର୍ମୀ ଓ ନେତୃବୃନ୍ଦଙ୍କ ମନରେ କିଛିବି ଅଭିମାନ ବା ପ୍ରଶ୍ନ ରହିଛି ସେମାନେ ଆଲୋଚନା ପାଇଁ ଆଗେଇ ଆସିଲେ ମୁଁ ତାଙ୍କୁ ସ୍ୱାଗତ କରିବି ବୋଲି ଭାବ ବିହ୍ୱଳ ଭାବେ ପ୍ରକାଶ କରିଥିଲେ!ବଡଚଣାରେ ବିଜେଡି ଏକାଠି ଓ ଶକ୍ତିଶାଳୀ ଥିଲା ଓ ଆଗକୁ ରହିବ ବୋଲି ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଥିଲେ! ଏହି ସମାବେଶରେ ଏଥିରେ ଟିମ ବଡ଼ଚଣାର ସଭାପତି ଅଦିତୀୟ ଶତପଥୀ ଯୋଗେଦେଇ  ଏଠାରେ ଲୋକେ ଯେଉଁ ଶକ୍ତି ଦେଖାଇଛନ୍ତି ତାହା ରାଜ୍ୟ ନେତୃତ୍ବକୁ ନିଶ୍ଚିତ ପ୍ରଭାବିତ କରିବ ଓ ଆଗାମୀ ଦିନରେ ଶ୍ରୀ ଶତପଥୀ ସପ୍ତମ ଥର ପାଇଁ ଏଠାରେ ବିଧାୟକ ହେବା ନିଶ୍ଚିତ ବୋଲି ସେ ଦ୍ରୁଡୋକ୍ତି କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ରପ୍ରସାଦ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁମତି ବାସ୍କେ, ବିନୋଦିନି ସାହୁ, ଜିଲ୍ଲା ବିଜେଡି ଉପ ସଭାପତି ଶାରଦା ମହାନ୍ତି, ବ୍ଲକ ବିଜେଡି ଉପ ସଭାପତି ପଞ୍ଚାନନ ଧଳ, ସାଧାରଣ ସମ୍ପାଦକ ବିପିନ ବିହାରୀ ଜେନା, କିଶୋର ସାମଲ, ସରପଞ୍ଚ ରାଜଲକ୍ଷ୍ମୀ ମହାନ୍ତି, ଚିନ୍ମୟ ମହାନ୍ତି, ମନୋରଞ୍ଜନ ଜେନା, ବରିଷ୍ଠ କର୍ମୀ ମାଧବାନନ୍ଦ ମହାପାତ୍ର,ଜଗନ୍ନାଥ ମୁଦୁଲି, ନବଦୀପ ନାୟକ, ଉମେଶ ସାମଲ, ଫନିନ୍ଦ୍ର ପଣ୍ଡା,ଦିଲ୍ଲୀପ କୁମାର ଷେଣ୍ଢ, ସୌଭାଗ୍ୟଲକ୍ଷ୍ମୀ ବଳ, ସଞ୍ଜୟ କୁମାର ସ୍ୱାଇଁ, ସେକ ମୋଇନ ଅହେମ୍ମଦ,ସେକ ମସିର ଆଲାମ, ଗିରିଶ ପାତ୍ର ଓ ପ୍ରଭାକର ସାହୁଙ୍କ ସହ ବହୁ ନେତୃବୃନ୍ଦ ଯୋଗଦେଇ ଆମର ଶତପଥୀଙ୍କ ସପକ୍ଷରେ ଅଭିଭାଷଣ ରଖିଥିଲେ! ଶେଷରେ ସମିତି ସଭ୍ୟ ମଧୁସୂଦନ ବଳ ଧନ୍ୟବାଦ ଅର୍ପଣ କରିଥିଲେ !
Leave A Reply