କାଲିଫର୍ନିଆର ଏକ କମ୍ପାନୀ ଏନ୍ଡିବି ଏପରି ବ୍ୟାଟେରି ତିଆରି କରିଛି ଯାହାକୁ ଥରେ ଫୁଲ ଚାର୍ଜ କଲେ ୨୮ ହଜାର ବର୍ଷ ପର୍ଯ୍ୟନ୍ତ ଚାର୍ଜ କରିବାକୁ ପଡ଼ିବ ନାହିଁ । ଏକ କୃତ୍ରିମ ଡାଇମଣ୍ଡର ଛୋଟ ବକ୍ସରେ କାର୍ବନ ୧୪ ନୁ୍ୟକ୍ଲିୟର୍ େୱଷ୍ଟରେ ଫସାଇ ବ୍ୟାଟେରି ତିଆରି କରାଯାଇଛି । ଏହାକୁ ସେଲ ଚାର୍ଜିଂ ବ୍ୟାଟେରି ବି କୁହାଯାଉଛି । ଏଥିରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଚଲାଯାଇପାରିବ । ଏହି ବ୍ୟାଟେରିରେ ଫୋନ୍, ଘଣ୍ଟା, ଲାପଟପ୍, କ୍ୟାମେରା ଓ ମନିଟର୍ ସମେତ ଅନେକ ଉପକରଣ ଚାଲିପାରିବ । ଏହି ବ୍ୟାଟେରି ସମ୍ପୂର୍ଣ୍ଣ ସୁରକ୍ଷିତ । ଏହା ଉପରେ ରେଡିଓଏକଫିଭ ଲେପ ଲଗାଯାଇଛି ଯେଉଁ କାରଣରୁ ଏହା ଲିକ୍ ହେବ ନାହିଁ । ବ୍ୟାଟେରି ମଧ୍ୟରେ ଆଲୋକ ଷ୍ଟୋର୍ ହେବ । ବ୍ୟାଟେରି ଜରିଆରେ ଘରକୁ ଲାଇଟ୍ କନେକ୍ସନ୍ ଆଣିହେବ ।