ଔପଦା-୦୩/୦୬ -ଔପଦା ବ୍ଲକ ଗ୍ରାମାଞ୍ଚଳ ପରିବେଶରେ ୧୯୭୮ ମସିହାରୁ ସ୍ଥାପିତ ରାଇରାମଚନ୍ଦ୍ରପୁର ନୋଡାଲ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ ସମାରୋହରେ ଅବ୍ୟବସ୍ଥା ଦେଖାଦେଇଛି । ପୁରାତନ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ପସ୍ତୁତ ନିମନ୍ତ୍ରଣ ପତ୍ରରେ ତୃଟି ଥିବାବେଳେ ବନ୍ଧୁମିଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାମ ସ୍ଥାନ ପାଇଥିଲେ ବି ମନ୍ତ୍ରୀ ଆସିନଥିଲେ । ମନ୍ତ୍ରୀଙ୍କ ଅନୁପସ୍ଥିତ ପାଇଁ ଔପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ବିସି ବିପ୍ସା ପାତ୍ର ଙ୍କୁ ମୁଖ୍ୟ ଅତିଥି ଭାବେ ବିଧି ଥିଲେବି ନିମନ୍ତ୍ରଣ ପତ୍ରରେ ତାଙ୍କର ନାମ ପଛପଟେ ଥିବା ଦେଖିବାକୁ ମିଳିଛି । ଅପରାହ୍ନ ୫ ଟାରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଶିକ୍ଷୟିତ୍ରୀ ସୁରମା ପାଣି ମଞ୍ଚକୁ ଅତିଥିମାନଙ୍କୁ ନିମନ୍ତ୍ରଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ବିସି ବିପ୍ସା ପାତ୍ର,ମୁଖ୍ୟ ବକ୍ତା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ପାଣୀ,ଗଜେନ୍ଦ୍ର ନାଥ ନାୟକ,ଜୟକୃଷ୍ଣ ଶତପଥି,ଅନନ୍ତ ପ୍ରସାଦ ଦାଶ,ଜିତେନ୍ଦ୍ର ପ୍ରସାଦ ବେହେରା,ହରେକୃଷ୍ଣ ପାଢୀ ମଞ୍ଚାସିନ ଥିବା ବେଳେ ଅନ୍ୟତମ ଅତିଥି ଭାବେ ସିଆରସିସି ଭଗବାନ ସାହୁ,ସ୍ଥାନୀୟ ସରପଞ୍ଚ ମନସ୍ମିତା ପଣ୍ଡା,ସମିତି ସଭ୍ୟା ସୁକାନ୍ତି ଦାସ,ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଫୁଲ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ ପାଣି ମଞ୍ଚ ପରିଚାଳନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ରାଜେନ୍ଦ୍ର ଦାଶ ବେଦପାଠ କରିଥିଲେ । ସଭା ପ୍ରାରମ୍ଭରେ ସ୍କୁଲର ଛାତ୍ରୀଙ୍କୁ ନେଇ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ ବନେ୍ଦ ଉକ୍ରଳ ଜନନୀ ନୃତ୍ୟ ପରିବେଷଣ କରାଯାଇଥିଲା । ନିମନ୍ତ୍ରଣ ପତ୍ରରେ ବିଭିନ୍ନ ତୃଟି ସହ ବନ୍ଧୁ ମିଳନ ସମାରୋହରେ ଅବ୍ୟବସ୍ଥାତା ପାଇଁ ବହୁ ପୁରାତନ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନଥିବା ଦେଖାଦେଇଛି ।