ଔପଦା : ସରକାରଙ୍କ କଟକଣା କୋହଳ ପରେ ସାରା ଔପଦା ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଭାବେରେ ବଢିଚାଲିଥିବାରୁ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି । ଗ୍ରାମାଞ୍ଚଳ ଠାରୁ ବିଭିନ୍ନ୍ଅଫିସ ଦପ୍ତରରେ କୋଭିଡ-୧୯ ଟିମ୍ ପକ୍ଷରୁ ଟେଷ୍ଟ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥରବା ଜଣାଯାଇଛି ।
ଏପରିକି ଔପଦା ଡାକ୍ତରଖାନାର ଡାକ୍ତରଙ୍କ ସମେତ ମହିଳା ସ୍ୱସ୍ଥ୍ୟ କର୍ମୀ ଓ କୋଭିଡ ଟିମର ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ବ୍ଲକର କେତେକ କର୍ମଚାରୀ ଓ ସିଡିପିଓଙ୍କ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀ ମାନେ କରୋନାରେ ଆକ୍ରାନ୍ତ ହୋଇପଡିଥିବାର ଜଣାଯାଇଛି ।ଏଥିପାଇଁ ବ୍ଲକ ଓ ସିଡିପିଓ କାର୍ଯ୍ୟାଳୟ ଏକ ପ୍ରକାର ଅଚଳ ହୋଇପଡିଥିବା ଜଣାଯାଉଛି ।
ସଂକ୍ରମିତଙ୍କ ସଂଖ୍ୟା ଔପଦାରେ ବୃଦ୍ଧି ପାଉଥିବା ବେଳେ କୋଭିଡ-୧୯ ର ପରୀକ୍ଷାକୁ ଉଚିତ ଭାବେ କରାଯିବାକୁ ସାଧାରଣରେ ଦାବି ହେଉଛି । ଏହି ସଂକ୍ରମିତଙ୍କ ବୃଦ୍ଧି ପରେ ଆକ୍ରନ୍ତକାରୀମାନେ ଖୋଲମଖୋଲା ଭାବେ ବଜାର ବୁଲୁଥିବାରୁ ଏହାର ପ୍ରଭାବ ଶିଖରରେ ପହଞ୍ଚôବ ଆଶଂଖା କରାଯାଉଥରବାରୁ ଏଥିପ୍ରତି ପ୍ରଶାସନ ପକ୍ଷରୁ କଡା ଦୃଷ୍ଟି ଦେବାକୁ ଦାବି ହେଉଛି ।