ଦୁନିଆ ର ସବୁଠୁ ଭଲ ବ୍ୟାୟାମ ହେଉଛି ସ୍ଵୀମିଂ, ଏହି ଗୋଟିଏ ବ୍ୟାୟାମ ଦ୍ଵାରା ଶରୀରର ବିଭିନ୍ନ ସମସ୍ୟା ରୁ ଆରାମ ମିଳିଥାଏ । କେବଳ ସ୍ଵୀମିଂ ଦ୍ଵାରା ଶରୀର ର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଏକ ସଙ୍ଗରେ କାର୍ଯ୍ୟ କରି ଥାଆନ୍ତି । ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଜଣାପଡିଛି ଯେ ସ୍ଵୀମିଂ ଦ୍ଵାରା ଅର୍ଥରାଇଟିସ ସମସ୍ୟା ଦୂର ହୋଇଥାଏ ।
ଅର୍ଥାରାଇଟିସ୍ କଣ ?
* ଆର୍ଥାରାଇଟିସ୍ ଗୋଟିଏ ଏପରି ସମସ୍ୟା ଅଟେ , ଯାହା ଦ୍ଵାରା ଆପଣଙ୍କ ଶରୀରର ଗଣ୍ଠି ଗୁଡିକରେ ଗଭୀର ଯନ୍ତ୍ରଣା ଅନୁଭବ ହୋଇଥାଏ । ବୟସ ବଢିବା ଦ୍ଵାରା ଏହି ସମସ୍ୟା ଖୁବ୍ ଖରାପ ସ୍ଥିତି ରେ ପହଞ୍ଚି ଥାଏ ।
* ଆର୍ଥାରାଇଟିସ୍ ମୁଖ୍ୟତ ଦୁଇ ପ୍ରକାରର ଓ ଏହାର ନାମ ହେଉଛି ଅଷ୍ଟିୟୋ ଆର୍ଥାରାଇଟିସ୍ ଓ ରୁମେଟାଇଡ ଆର୍ଥାରାଇଟିସ୍ ।
* ଅଷ୍ଟିୟୋ ଆର୍ଥାରାଇଟିସ୍ ରେ ଶରୀରର ଯଏଣ୍ଟ ରେ ଟିସ୍ୟୁ ଖୁବ୍ କଠିନ ହୋଇ ଯାଇଥାଏ ।
ସ୍ୱିମିଂ ଅର୍ଥରାଇଟିସ କୁ କିଭଳି କମାଇ ଥାଏ –
* ସବୁଠୁ ବଡ଼ କାରଣ ହେଲା ଶ୍ୱୀମିଂ ଓଜନ ହ୍ରାସ କରିଥାଏ ଓ ଶାରିରୀକ ଫିଟ୍ ନେସ୍ ବଢିବା ଦ୍ଵାରା ଅର୍ଥାରାଇଟିଷ ଯନ୍ତ୍ରଣା କମିଯାଏ ।
* ସ୍ୱୀମଙ୍ଗ ଦ୍ଵାରା ମସଲ୍ସ ର ଷ୍ଟ୍ରେନ୍ଥ ବଢ଼ିଥାଏ । ଏହି କାରଣରୁ ଯନ୍ତ୍ରଣା ର ତୀବ୍ରତା ଖୁବ୍ କମି ଯାଇଥାଏ ।
* ସୁଇମିଂ କରିବା ଦ୍ୱାରା ମାସଲ୍ସ ଶକ୍ତ ହୋଇଥାଏ । ଏହି କାରଣରୁ ଅର୍ଥରାଇଟିଷ ଯନ୍ତ୍ରଣା କମ ହୋଥାଏ।
* ଶୁଇମିଂ ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ । ମାସଲ୍ସ ଫିଟ୍ ନେଶ୍ ହୋଇ ଯନ୍ତ୍ରଣା ରୁ ଆରାମ ମିଳିଥାଏ ।
* ଅର୍ଥରାଇଟିଷ ରୋଗୀ ମାନଙ୍କ ପାଇଁ ସୁଇମୀଙ୍ଗ ଏଥି ପାଇଁ ଲାଭ କାରୀ କାରଣ ପେନ୍ ଫୁଲ ଯାଏଣ୍ଟ ପାଇଁ ବ୍ୟାୟାମ ପାଣି ରେ ବ୍ୟାୟାମ କରିବା ହିତକର ।
* ଆମ ଶରୀରରେ ୭୦ ପ୍ରତିଶତ ଜଳ ଅଟେ , ସ୍ୱୀମୀଙ୍ଗ କରିବା ସମୟରେ ୯୦ ପ୍ରତିଶତ ଓଜନ ଜଳରେ ପଡିଥାଏ । ଯେଉଁ କାରଣରୁ ଯନ୍ତ୍ରଣା କମ୍ ହୋଇଥାଏ ।