ଆଠଗଡ଼ ତା ୧୭-୦୬-୨୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଜଙ୍ଗଲ ଭିତରେ ଥିବା ଜଳାଶୟ ଶୁଖିଲା ପଡ଼ିଛି। ଜଙ୍ଗଲ ରେ ଥିବା ଜନ୍ତୁ ଠାରୁ ଆରମ୍ଭ କରି ପଶୁପକ୍ଷୀ ଗୁଡିକ ପାଣି ନପାଇ ଛଟପଟ ହୋଇ ଗୋଟିଏ ହାତୀ ଛୁଆ ର ଜୀବନ ଯାଇଥିବା ଜଣାପଡିଛି। ଆଠଗଡ଼ ବନଖଣ୍ଡ ଆଠଗଡ଼ ରେଞ୍ଜ ତିଗିରିଆ ଶେଷ ଗାଁ ସ୍ଥିତ ଲର୍ଣ୍ଣି ଟ୍ରି ବିଦ୍ୟାଳୟ ନିକଟରେ ଗୋଟିଏ ଦନ୍ତାହାତୀ ମରି ପଡିଥିବାର ଦେଖା ଯାଇଛି। ହାତୀ ର ଆନୁମାନିକ ବୟସ ପାଞ୍ଚ ରୁ ସାତ ବର୍ଷ ମଧ୍ୟରେ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଖବର ପାଇ ଆଠଗଡ଼ ବନଖଣ୍ଡ ଅଧିକାରୀ ରେଞ୍ଜରଙ୍କ ସହିତ ଫରେଷ୍ଟର ସବିତା ରାଉତ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ପ୍ରାଥମିକ ତଦନ୍ତରୁ ହାତୀଟି ର ମୃତ୍ୟୁ ପାଣି ବିନା ଛଟପଟ ହୋଇ ମରିଥିବା କୁହାଯାଉଛି। ତେବେ ହାତୀ ସୁରକ୍ଷା ସହିତ ଜଙ୍ଗଲରେ ଜନ୍ତୁ ମାନଙ୍କ ପାଇଁ ପାଣି ର ଅଭାବ ଦୂର କରିବାପାଇଁ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଜଳାଶୟ ର ସ୍ଥିତି ବର୍ତ୍ତମାନ କ’ଣ ତା ଉପରେ ମୁହଁ ଖୋଲିବାକୁ ନାରାଜ ଆଠଗଡ଼ ବନବିଭାଗ। ବନବିଭାଗ ଏପରି କାର୍ଯ୍ୟ କଳାପ କୁ ସାଧାରଣରେ ଘୋର ବିରୋଧ କରାଯାଉଛି। ଆଗାମୀ ଦିନରେ ପାଣି ନପାଇ ଜଙ୍ଗଲ ରେ ଜନ୍ତୁ ଠାରୁ ଆରମ୍ଭ କରି ପଶୁପକ୍ଷୀ ଗୁଡିକ ଯେପରି ମୃତ୍ୟୁ ବରଣ ନକରିବେ ସେଥିପ୍ରତି ବନବିଭାଗ ସଜାଗ ହେବାକୁ ସାଧାରଣରେ ଦାବୀ ହେଉଛି।