Odisha news

ବ୍ଲକ ସ୍ତରୀୟ କଳାକାର ମାନଙ୍କ ପ୍ରଶିକ୍ଷଣ ଶିବିର।

0
ଆଠଗଡ଼ ତା ୧୩/୯/୨୦୨୩  ଆଠଗଡ଼ ନିକଟସ୍ଥ ମିନି ଷ୍ଟାଡିୟମ୍ ପଡିଆ ଠାରେ ଆଠଗଡ଼ ପଞ୍ଚାୟତ ସମିତି ଅଧିନସ୍ଥ ୩୪ ଗୋଟି ଗ୍ରାମ ପଞ୍ଚାୟତ ରେ ସମସ୍ତ  କଳାକାର ମାନଙ୍କର ଏକ ସମାବେଶ ହୋଇଥିଲା।ଏଥିରେ କୃଷି,ସ୍ୱାସ୍ଥ୍ୟ,ଶିକ୍ଷା ,ସମନ୍ୟୁତ ଶିଶୁ ବିକାଶ ବିଭାଗ ର ସମସ୍ତ ଅଧିକାରୀ ପ୍ରଶିକ୍ଷକ ଭାବେ ଉପସ୍ଥିତ ହୋଇ ସରକାର ଙ୍କ ଜନ ମଙ୍ଗଳ କାର୍ଯ୍ୟକ୍ରମ ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ମଧୁବାବୁ ପେନସନ ଯୋଜନା,ମମତା,ମିଶନ ଶକ୍ତି,ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଫସଲ ବୀମା ଯୋଜନା ,ଫସଲ ଋଣ ସୁଧ ରିହାତି,ଆମ ହସ୍ପିଟାଲ,କ୍ରୀଡା,ଆମ ଓଡ଼ିଶା ନବୀନ ଓଡ଼ିଶା,୫ ଟି ଉଚ୍ଚବିଦ୍ୟାଳୟ ରୁପନ୍ତିକରଣ ସମ୍ବନ୍ଧେ ତାଲିମ୍ ପ୍ରଦାନ କରିଥିଲେ।ତାଲିମ୍ ପ୍ରାପ୍ତ ସମସ୍ତ ବର୍ଗର କଳାକାର ମାନେ ସେହି ଯୋଜନା ଗୁଡ଼ିକର ଆଭିମୁଖ୍ୟ ସମ୍ବନ୍ଧେ ସମସ୍ତ ଗ୍ରାମ ପଞ୍ଚାୟତ ର ଜନ ସାଧାରଣ ମାନଙ୍କୁ  ଅବଗତ କରାଇବେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୧୩ ଓ ୧୪ ଦୁଇ ଦିନ ଧରି ଚାଲିବ।
Leave A Reply