ଆଠଗଡ଼ ତା ୨୮-୦୨-୨୩ ସୋମବାର ବିଳମ୍ବିତ ରାତିରେ ଆଠଗଡ଼ ଥାନା ଅନ୍ତର୍ଗତ ରାଧା ଦର୍ଶନ ପୁର ଶଙ୍କର ବେହେରା ଙ୍କ ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି।ଗତ କାଲି ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଶଙ୍କର ନିଜ ଦୋକାନ ରେ ଵସି ବେପାର କରୁଥିବା ବେଳେ ପାଖରେ ବନ୍ଦ ହୋଇ ପଡିଥିବା ପ୍ରକାଶ କୁମାର ସାହୁ ଙ୍କ ଜଳଖିଆ ଦୋକାନ ପଟରୁ ନିଆଁ ଲାଗିଯିବାରୁ ଦୋକାନ ଭିତରେ ଥିବା ଚପଲ ସହିତ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ରେ ନିଆଁ ଲାଗି ଯିବା ଯୋଗୁଁ କେହି କିଛି ବୁଝିବା ଆଗରୁ ସେ ସମସ୍ତ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା। ଖବର ପାଇ ଆଠଗଡ଼ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିବା ଜଣାପଡିଛି। କିନ୍ତୁ ସେତେବେଳକୁ ଦୋକାନ ବାହାର ଏବଂ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି।