ଗଜପତି : ଗରୁଡ଼ ଧ୍ଵଜ ଚୌଧୁରୀ ପାରଳାଖେମୁଣ୍ଡି-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆ ବସ ଷ୍ଟାଣ୍ଡ ନିକଟରେ ଏକ ଦୋକାନ ପାଖରେ ଏକ ନିଳ ରଙ୍ଗ ର ଏଙ୍ଗୁଅ କୁ ସ୍ଥାନୀୟ ଲୋକେ ଦେଖି ଆତଙ୍କିତ ହୋଇଥିଲେ ଓ କିଛି ଲୋକ ଡରି ଦୋକାନ ବନ୍ଦ କରିଥିବା ଜଣାପଡ଼ିଛି ।
ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗ କୁ ଫୋନ କରି ଜଣାଇବା ପରେ ତୁରନ୍ତ ବନ ବିଭାଗ କର୍ମଚାରୀ ଶିବରାମ ସାବତ ଓ ସଞ୍ଜୟସ୍ୱର ପାତ୍ର ପହଂଚି ଏଣ୍ଡୁଅ ଟିକୁ ଉଦ୍ଧାର କରିନେଇଥିଲେ ।
ତୁରନ୍ତ ଆସି ଏଣ୍ଡୁଅ ଟି କୁ ଉଦ୍ଧାର କରିଥିବାରୁ ସ୍ଥାନୀୟ ଲୋକେ ତଥା ଆପା ରାଓ, ଉମଚରଣ ସାହୁ ,ତାରା,ପାତି ଗୁରୁ ପ୍ରମୁଖ ବନବିଭାଗ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ