Odisha news

ଜଣେ ବ୍ୟକ୍ତିଙ୍କ ପେଟ ଅପରେସନ ସମୟରେ ବାହାରିଲା ୩୦ଟି ଲୁହାକଣ୍ଟା : ଆସନ୍ତୁ ଜାଣିବା ପୁରା ଖବର

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଉନାଓ ଜିଲ୍ଲାରେ ରବିବାର ଦିନ  ଆଶ୍ଚର୍ଯ୍ୟ  ଜନକ ଘଟଣା ମିଳିଛି l ଚନ୍ଦ୍ର କୁସୁମ ଡାକ୍ତର ଖାନରେ ଜଣେ ରୋଗୀ ପେଟ ଯନ୍ତ୍ରଣା ହେଉଥିବାର କାରଣ ଦର୍ଶାଇ ଡାକ୍ତରଙ୍କ ପାଖକୁ ଆସିଥିଲା l ଡାକ୍ତର ଯେତେବେଳେ ଅଲ୍ଟ୍ରାସାଉଣ୍ଡ କରିଥିଲେ ସେତେବେଳେ ରିପୋର୍ଟ ଦେଖି ଡରି ଯାଇଥିଲେ l ରୋଗୀ ଜଣଙ୍କର ନାମ ହେଉଛି କରନ l ରିପୋର୍ଟ ଦେଖିବାରୁ ଜଣା ପଡିଲା ଯେ ତାଙ୍କ ପେଟରେ ଅଦ୍ଭୁତ ପ୍ରକାରର ଜିନିଷ ସବୁ ରହିଛି l ତେଣୁ ଡାକ୍ତର ତୁରନ୍ତ ଅପରେସନ କରି ସେଗୁଡିକୁ ବାହାର କରିବାକୁ ଚାହିଁଲେ l

ଅପରେସନଟି ୩ଘଣ୍ଟା ଧରି ଚାଲିଥିଲା ,ଅପରେସନ ସମୟରେ ପେଟ ଭିତରୁ ଯେଉଁ ଜିନିଷ ଗୁଡିକ ବାହାରିଥିଲା ତାହାକୁ ଦେଖି ଡାକ୍ତର ମାନେ ଆଶ୍ଚର୍ଯ୍ୟ ହୋଇଗଲେ l ପେଟ ଭିତରୁ ବଡ଼ବଡ଼ ୩୦ ଟି ଲୁହା କଣ୍ଟା ଦୁଇଟି ପେଚକ୍ସ ବାହାରିଥିଲା l ଅପରେସନ ପରେ ରୋଗୀ ଜଣଙ୍କ ସୁସ୍ଥ ଅଛନ୍ତି l ତାଙ୍କ ମା କହିଛନ୍ତି ଯେ ଗତ ଦୁଇମାସ ହେଲାଣି କାରନ ନିଜ ପେଟରେ ଯନ୍ତ୍ରଣା ଅନୁଭୟାବ କରୁଥିଲେ l ଅଧିକାଂଶ ଔଷଧ ଦେଇ ଓ ଡାକ୍ତର ଦେଖାଇ ଭଲ କରିବାକୁ ଚାହିଁଥିଲେ l କିଛି ଡାକ୍ତର କହିଥିଲେ ଯେ ଏହି ଯନ୍ତ୍ରଣା ଗ୍ୟାସ କାରଣରୁ ହୋଇପାରୁ ଥାଏ l କିନ୍ତୁ ଗ୍ୟାସ ଔଷଧରେ ମଧ୍ୟ ଯନ୍ତ୍ରଣା ଭଲ ହୋଇନଥିଲା l ତାପରେ ତାଙ୍କୁ କୁସୁମ ଡାକ୍ତର ଖାନାକୁ ଅଣାଯାଇଥିଲା l

କୁସୁମ ଡାକ୍ତର ଖାନାର ଡାକ୍ତର ସନ୍ତୋଷ କୁମାର କହିଛନ୍ତି ଯେ ଏହା ଏକ କଠିନ ଅପରେସନ ଥିଲା l ଏଥିରେ ଆମକୁ ଦୀର୍ଘ ସମୟ ଧରି ପରିଶ୍ରମ କରିବାକୁ ପଡିଥିଲା ,ପାଖାପାଖି ୩ଘଣ୍ଟା ଲାଗିଯାଇଥିଲା l କାରଣ ଗୋଟିଗୋଟି କରି ଲୁହା କଣ୍ଟାକୁ ବାହାର କରିବା ଆମପାଇଁ କଷ୍ଟକର ହୋଇଥିଲା l ସମୁଦାୟ ଛୋଟବଡ ମିଶାଇ ୩୬ଟି ଜିନିଷ ବାହାର କରାଯାଇଥିଲା ,ଯାହାର ପାଖାପାଖି ଓଜନ ୪ ସହ ଗ୍ରାମ ଅଟେ l

Leave A Reply