ଆପଣମାନେ କେବେ ଧଳା ରଙ୍ଗର ମଇଁଷି ଦେଖିଛନ୍ତି ନା ଶୁଣିଛନ୍ତି ? ସାଧାରଣତଃ ମଇଁଷି କେବଳ କଳା ରଙ୍ଗର। କିନ୍ତୁ କଥାଟା ସତ। ସମ୍ପୂର୍ଣ୍ଣ ଧଳା ରଙ୍ଗର ଏକ ମଇଁଷି ଛୁଆ ଜନ୍ମ ହୋଇଛି ବୋଲି ଜଣାପଡ଼ିଛି ।ଏହି ଦୁର୍ଲ୍ଲଭ ଧଳା ରଙ୍ଗର ମଇଁଷି ଆମେରିକାର ମୋଣ୍ଟାନାରେ ଜନ୍ମ ହୋଇଛି।
ବିଶେଷଜ୍ଞଙ୍କ ମତରେ ଦଶଲକ୍ଷ ମଇଁଷି ଛୁଆରେ କେବଳ ଗୋଟିଏ ହିଁ ଧଳା ରଙ୍ଗ ମଇଁଷି ଛୁଆ ଜନ୍ମ ହୋଇଥାଏ। ଏହା ଧିରେ ଧିରେ ବଡ଼ ହେବା ସହ ନିଜ ଧଳା ରଙ୍ଗ କଳା ରଙ୍ଗରେ ପରିଣତ ହୋଇଯାଇଥାଏ ।
ଏଠାକାର ଲୋକଙ୍କ ପାଇଁ ଏହି ଧଳା ମଇଁଷିର ସାଂସ୍କୃତିକ ମହତ୍ତ୍ୱ ରହିଛି ବୋଲି ମଧ୍ୟ କୁହାଯାଏ। ଏହାସହ ଏହି ମଇଁଷି ଜନ୍ମ ହେବା ପରେ ଲୋକେ ଖୁସିରେ ଉତ୍ସବର ପାଳନ କରିଥିଲେ। ଏହି ମଇଁଷିର ଫଟୋ ଭାଇରାଲ ହେବା ପରେ ଲୋକେ ଏହାକୁ ଦେଖିବାକୁ ଖୁବ ପସନ୍ଦ କରିଛନ୍ତି।