ନୂଆଦିଲ୍ଲୀ : ଆଫ୍ରିକା ଦେଶର ଜିମ୍ବାୱେର ଜଣେ ବ୍ୟକ୍ତି ଜନସଂଖ୍ୟା ନିୟନ୍ତ୍ରଣ ଓ ସନ୍ତାନ ଯୋଜନା ଭଳି ବିଭିନ୍ନ ନୀତିଠାରୁ ଖୁବ ଦୂରରେ l ଏହି ବ୍ୟକ୍ତିଙ୍କର ୧୬ ଜଣ ପତ୍ନୀ ଓ ୧୫୧ ଟି ସନ୍ତାନ ଅଛନ୍ତି l ବର୍ତ୍ତମାନ ସେ ୧୭ ତମ ବିବାହ କରିବାକୁ ଯାଉଛନ୍ତି l ୬୬ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ୧୦୦ ଟି ବିବାହ କରିବାକୁ ଚାହୁଁଛନ୍ତି l ମିଶେକ ନାମକ ଏହି ବ୍ୟକ୍ତି ଜଣଙ୍କ କୌଣସି ଚାକିରୀ କରି ନାହାନ୍ତି କିମ୍ବା କୌଣସି ବ୍ୟବସାୟ ମଧ୍ୟ କରୁ ନାହାନ୍ତି l
ସେ କହିଛନ୍ତି ତାଙ୍କର କାମ ହେଲା ନିଜର ପତ୍ନୀ ମାନଙ୍କୁ ଖୁସିରେ ରଖିବା l ସ୍ଥାନୀୟ ଖବର ଅନୁସାରେ ସେ କହିଛନ୍ତି ମୋର ବର୍ତ୍ତମାନ ୧୫୦ ଟି ସନ୍ତାନ ଅଛନ୍ତି ଏବଂ ମୁଁ ଆହୁରି ୫୦ ଟି ସନ୍ତାନ କରିବାକୁ ଚାହୁଁଛି l ମୋର ଏହାଦ୍ୱାରା କାୖଅଂଶୀ କ୍ଷତି ହେଉନାହିଁ ବରଂ ଲାଭ ହେଉଛି l ତାଙ୍କ ପରିବାର ସଦସ୍ୟ ମାନେ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି l ତା ସହିତ ଆଉ କିଛି ସନ୍ତାନ ନେସନାଲ ଆର୍ମିରେ କାମ କରୁଛନ୍ତି ,ଆଉ କିଛି ପୋଲିସ କର୍ମୀ ଅଛନ୍ତି ,ଆଉକିଛି ଅଲଗା ଅଲଗା କାର୍ଯ୍ୟ କରୁଥିବେ ୧୩ ଟି କନ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିଛନ୍ତି l
ଉକ୍ତ ବ୍ୟକ୍ତି ଜଣଙ୍କ ୨୦୧୫ ରେ ଶେଷ ଥର ପାଇଁ ବିବାହ କରିଛନ୍ତି ସେ କିଛି ସମୟ ପାଇଁ ବ୍ରେକ ନେଇଥିଲେ କାରଣ ଜିମ୍ବାୱେର ଆର୍ଥିକ ସ୍ତର ଖୁବ ଖରାପ ଅଛି l ସେ ୨୦୨୧ ରେ ୧୭ ତମ ବିବାହ କରୁଛନ୍ତି l ମିଶେକ ୧୯୬୪ ରେ ସ୍ୱାଧୀନତା ସଂଗ୍ରାମୀରେ ଅଂଶଗ୍ରହଣ କରିଥିଲେ l ସେ ସ୍ଥିର କରିଥିଲେ ଯେ ନିଜ ଦେଶର ଜନସଂଖ୍ୟା ବଢ଼ିବାରେ ସାହାଯ୍ୟ କରିବେ l
Comments are closed.