ଅସ୍ତରଙ୍ଗ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଉପକୂଳରେ ଏହି କିଛି ଦିନ ତଳେ, ଏକ ବିରାଟ କାୟ, ,ଅଲିଭ ରିଡ଼ଲ କଁଇଚ , ଏକ ଲୁଣା ନଦୀରୁ ମାଛମାରୁଥିବା ଧୀବର ମାନଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ବେଳେ, ରବିବାରଦିନ, ସେହି କଣମଣ ନଦୀ ନିକଟରୁ ଏକ , ଗରୁଡ଼ ପକ୍ଷୀ ଉଦ୍ଧାର କରା ଯାଇଅଛି । ଗରୁଡ଼ ପକ୍ଷୀଟି , କୋଉ କାରଣ ବଶତଃ ଉଡି ନ ପାରି ଏଣେ ତେଣେ ବୁଲୁଥିବା ବେଳେ, ସାମ୍ବାଦିକ ଦୁଃଶାସନ ନୟକ ଦେଖି ତାକୁ ଧରି ଥିଲେ । ଧରିଲା ପରେ, ସହନ ଫରେଷ୍ଟ ର ସବୀର ସାହୁ ଙ୍କୁ ଖବର ଦେବାପରେ ଶ୍ରୀ ସାହୁ, ପହଂଚି ଉତ୍କ ଜନ୍ତୁଟିକୁ ଧରି ମୁହାଣ ମୁହଁ ଜଙ୍ଗଲ ରେ ଛାଡିଦେଇଥିବା ଜଣାପଡିଅଛି ।
ଅପର ପକ୍ଷରେ, ଅସ୍ତରଙ୍ଗ ଉପକୂଳ ସମୁଦ୍ର ତଟରେ ବ୍ଲୁ ,ଡ୍ରାଗନ ଓ ଜେଲି ଫିଶ ବା ରାବେଣା ନାମକ କିଛି ସାମୁଦ୍ରିକ ଯିବ ଦେଖିବାକୁ ମିଳିଛି । ଏହି ଜୀବମାନ ସାଧାରଣ ତ ଫାଲଗୁନ ମାସ ରେ ଦକ୍ଷିଣା ପବନପକାଇଲେ ଗଭୀର ସମୁଦ୍ରରୁ ପବନ ମାଡରେ ସମୁଦ୍ର ର ଉତାଳ ତରଙ୍ଗ ରେ ଭାସି ଆସି କୂଳରେ ଲାଗିଥାନ୍ତି । ଏହି ଜୀବ ମାନ ଙ୍କ ଶରୀର, ସାଧାରତ ଲାଳ ଅଂସ ହୋଇଥିବାରୁ , ଏହା ଏକ ବିଷାକ୍ତ ଯିବ ବୋଲି କୁହାଯାଇ ଥାଏ । ଆହୁରି ମଧ୍ୟ, ଜଳବାୟୁ ପରିବର୍ତ୍ତନ, ସହ ବାୟୁ ମଣ୍ଡଳ ରେ ତାପମାତ୍ରା ବୃଦ୍ଧି ପାଉ ଥିବାରୁ ସମୁଦ୍ର ଗର୍ଭରେ ଥିବାଏହି ଶ୍ରେଣୀୟ ଯିବ ମାନେ, ଫାଲଗୁନ ମାସ ଦକ୍ଷିଣ ପବନରେ କ୍ଷତି ଗ୍ରସ୍ତ ହୋଇଥାନ୍ତି ବୋଲି , ଜଣା ପଡି ଅଛ ।