Odisha news

ଜଳପଥରେ ସମ୍ଭାବ୍ୟ ଆତଙ୍କବାଦୀ ହାମ୍ଲାକୁ ପ୍ରତିହିତ କରିବା ପାଇଁ ଅସ୍ତରଙ୍ଗ ଉପକୂଳରେ ପୁରୀ ପୋଲିସର “ସାଗର କବଚ”

0

ଅସ୍ତରଙ୍ଗ : ଜଳପଥରେ ସମ୍ଭାବ୍ୟ ଆତଙ୍କବାଦୀ ହାମ୍ଲାକୁ ପ୍ରତିହିତ କରିବା ପାଇଁ ପୁରୀ ଜିଲ୍ଲା ପୋଲିସ ତରଫରୁ ଆରମ୍ଭ ହୋଇଛି ମକ ଡି୍ରଲ ବା ସାଗର କବଚ । ଏହି ମକ ଡ୍ରିଲ୍ ଦୁଇ ଦିନ, ତଥା ଗୁରୁବାର ଶୁକ୍ରବାର ଚାଲିବାକୁ ଥିବା ବେଳେ ଏଥିରେ ଭାରତୀୟ ନୈ-ବାହାନୀ.କୋଷ୍ଟ ଗାର୍ଡ , ଜିଲ୍ଲା ପୋଲିସ, ମେରାଇନ ପୋଲିସ ଓ କୋଷ୍ଟାଲ ସିକୁରିଟ୍ ସାମିଲ ହୋଇଛନ୍ତି ।

ଏହି ସାଗର କବଚ, ପୁରୀ ଜିଲ୍ଲା ଅସ୍ତରଙ୍ଗରର ନୁଆଗଡ ମେରାଇନ ଥାନା ଅଧିନରେ ଥିବ. ଅତ୍ୟାଧୁନିକ ସରଞ୍ଜାମ ବୋର୍ଟଟି ସସସ୍ତ୍ର ବାହିନୀକୁ ଧରି ଦେବୀ ମୁହାଁଣ ଠାରୁ ଚିଲିକା ପର୍ଯ୍ୟନ୍ତ ୧୫୦ କି.ମି. ଜଳପଥ ଅତିକ୍ରମ କରି ସମ୍ଭାବ୍ୟ ଆତଙ୍କବାଦୀ ହାମ୍ଲାକୁ କିପରି ପ୍ରତିହିତ କରାଯାଇପାରିବ ସେ ବିଷୟରେ ମଧ୍ୟ ଅନୁଧ୍ୟାନ କରିଅଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅସ୍ତରଙ୍ଗ ମେରାଇନ ଥାନା ଅଧିନରେଥିବା ଦେବୀ ମାଉଥ ଦେଇ ଜଳ ପଥରେ ସମ୍ଭାବ୍ୟ ଆତଙ୍କବାଦୀ ମାନେ ପ୍ରବେଶ କରି ହାମ୍ଲା କରିବା ସମ୍ଭାବନା ରହିଅଛି ।

ସେହି ସ୍ଥାନ ଗୁଡିକ ହେଲା, ଅସ୍ତରଙ୍ଗ ଅଧିନ ଡାଳୁଅକଣି, ଗୁଣ୍ଡଳବା , ସହନ , ନୁଆଗଡ, କାଳିଆକଣ , ସୁଦିକେଶର, ଅସ୍ତରଙ୍ଗ ବଜାର । ଏହି ସବୁ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଭାଗ ଭାଗ କରାଯାଇ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ଜଣେ ସବ୍ଇନସ୍ପେକ୍ଟର , ଦୁଇ ଜଣ ଏଏସଆଇ , ଆଠ ଜଣ ହୋର୍ମଗାର୍ଡ ସାମିଲ ରହିଛନ୍ତି ।

ଏହି ସମରାଭ୍ୟାସରେ ଯୋଗ ଦେଇଥିବା ପୋଲିସ ବାହିନୀକୁ ଦୁଇ ଗୋଟି ଟିମ୍ରେ ଗଠନ କରାଯାଇ ଗୋଟିଏ ଦଳ ସକାଳ ସାତ ଘଟିକାରୁ ଅପରାହ୍ନ ଦୁଇ ଘଟିକା ଓ ଅନ୍ୟ ଦଳ ଦୁଇ ଘଟିକା ଠାରୁ ରାତ୍ର ଆଠ ଘଟିକା ପର୍ଯ୍ୟନ୍ତ ପ୍ରହରା ଦେବାର ବ୍ୟବସ୍ଥା ଦେବାର ରହିଥିବା ବେଳେ ଅସ୍ତରଙ୍ଗ ମେରାଇନ ଥାନାର ଦେବୀ ମୁହାଁଣ ଠାରୁ ଚିଲିକା ପର୍ଯ୍ୟନ୍ତ ଗତି କରୁଥିବାର ସମରାଭାସ ଯାନଟିକୁ ଚନ୍ଦ୍ରଭାଗା ମେରାଇନ ଥାନା, ପେଣ୍ଠକଟା ମେରାଇନ, ସିପକୁଦା ମେରାଇନ, ବାଲି ହରଚଣ୍ଡି ମେରାଇନ ଥାନା ପୋଲିସ ,ଏହି ସାଗର କବଚରେ ସାମିଲ ରହିଛନ୍ତି ବୋଲି ଅସ୍ତରଙ୍ଗ ମେରାଇନ ଥାନା ଆଇଆଇସି ଦିଲ୍ଲିପ କୁମାର ସ୍ୱାଇଁ ଓ କୋଣାର୍କ ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।

Leave A Reply