Odisha news

ସପ୍ତ ଠାକୁରାଣୀ ଙ୍କ ମିଳନ ଯାତ୍ରା ; ଅସ୍ଥାୟୀ ମଣ୍ଡପରେ ପୂଜା ପାଇଲେ ସପ୍ତ ଠାକୁରାଣୀ

0

ଆସିକା  :  ଅଧିଷ୍ଠାତ୍ରୀ ଠାକୁରାଣୀ ମା ଫୁଲକେଶନୀଙ୍କ ତ୍ରୟୋବାର୍ଷିକ ଯାତ୍ରା ର ତୃତୀୟ ଦିନ ଆଜି ସପ୍ତ କଲ୍ୟାଣ ମୟୀ ଠାକୁରାଣୀ ମା ଫୁଲକେଶନୀଙ୍କ,ମା ଖମ୍ବେଶ୍ୱରୀ, ବସଷ୍ଟାଣ୍ଡ ର ବୁଢ଼ୀ ଠାକୁରାଣୀ, ମା କଳିମୁଖି,ମା ମାଣିକେଶ୍ଵରୀ, ଲାଲା ଶାସନ ର ମା ବିମଳା ସୁନାମ୍ବ ସାହି ର ଗ୍ରାମଦେବତୀ ଙ୍କୁ ଅସ୍ଥାୟୀ ପୂଜା ମଣ୍ଡପରେ ବ୍ୟାପକ ପୂଜାର୍ଚ୍ଚନା କରାଯାଇଛି।ସକାଳୁ ଦ୍ଵାର ଫିଟା ପରେ ସ୍ନାନ,ଧୂପ,ଦୀପ ଓ ନୈବେଦ୍ୟ ଅର୍ପଣ ସହ ପୂଜାମଣ୍ଡପରେ ଚଣ୍ଡୀ ପାଠ ଚାଲୁରହିଛି।ପଣ୍ଡିତ ବ୍ରାହ୍ମଣ ଙ୍କ ମନ୍ତ୍ର ଉଚ୍ଚାରଣରେ ଅଞ୍ଚଳରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଛି।ସେହିଭଳି ଯଜ୍ଞ ମଣ୍ଡପରେ କର୍ତ୍ତା ଭାବେ ବସନ୍ତ କୁମାର ଷଡ଼ଙ୍ଗୀ ସପରିବାର ସହ ପୂଜା କାର୍ଯ୍ୟ ରେ ସାମିଲ ରହିଛନ୍ତି। ସୂର୍ଯ୍ୟ ପୂଜା ସହ ମଣ୍ଡପରେ ସ୍ଥପିତ ସମସ୍ତ ଦେବା ଦେବୀ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ମଧ୍ୟାର୍ଣ୍ଣ ଧୂପ ପରେ ଘୃତ ଯଜ୍ଞ ଚାଲୁ ରହିଛି।ପୂଜା କାର୍ଯ୍ୟ ରେ ପଣ୍ଡିତ ରାମ କୃଷ୍ଣ ନନ୍ଦ,ପ୍ରମୋଦ ହୋତା, ଷଷ୍ଠୀ ପ୍ରସାଦ ହୋତା, ସାନୁଜ ମିଶ୍ର, ସୀତାରାମ ଦାସ, ବିଘ୍ନେଶ୍ୱର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ମିଶ୍ର ଙ୍କ ସମେତ ସହଯୋଗୀ ବ୍ରାହ୍ମଣ ମାନେ ସହାୟତା କରୁଛନ୍ତି।ଶ୍ରଦ୍ଧାଳୁ ଭକ୍ତ ଙ୍କ ଭିଡ଼ ଦିନତମାମ ଲାଗିରହିଥିବା ବେଳେ ବିଭିନ୍ନ ସାହି ରେ  ଆକର୍ଷଣୀୟ ମେଢ ସବୁ ଖୋଲିବାରେ ଲାଗିଛି।
ଯାତ୍ରା ପରିଚାଳନା କମିଟିର ସଭାପତି ଶିବ ଶଙ୍କର ପାତ୍ର, ଉପଦେଷ୍ଟା ସତ୍ୟ ନାରାୟଣ ରଥ,ମନୋଜ ମୁନୀ, ଉପସଭାପତି ତାରିଣୀ ସେନାପତି, ସୁରେନ୍ଦ୍ର ବିଷୋୟୀ,ରବୀନ୍ଦ୍ର ପୋଲେଇ ,ଗିରି ଆଚରି,ପୂର୍ଣ୍ଣ ଆଚରି,ସଂଜୟ ସାହୁ, ସାନ୍ତୁନୁ ସାହୁ,ସରୋଜ ଦାସ,ପ୍ରସନ୍ନ ତ୍ରିପାଠୀ,ଦେବ ହରି ମହାନ୍ତି,ବିଶ୍ଵନାଥ ସାହୁ,ନିରଞ୍ଜନ ମହାନ୍ତି,ଗଣପତି ରେଡ୍ଡୀ ଙ୍କ ସମେତ ସମସ୍ତ କର୍ମ କର୍ତ୍ତା, ଜୋନ ସ୍ତରୀୟ କର୍ମକର୍ତ୍ତା ଓ ବହୁ ସ୍ବେଛାସେବୀ ଯାତ୍ରାର ସଫଳତା ନେଇ ଲାଗିପଡିଛନ୍ତି।

Leave A Reply