Odisha news

ଅନାବୃଷ୍ଟି ଜନିତ ପରିସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ , କ୍ଷେତ୍ର ଅଫିସର ମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ ନିୟମିତ ସମ୍ପର୍କ ରଖିବା ଦରକାର : ମନ୍ତ୍ରୀ ଡ: ଅରୁଣ ସାହୁ

ଭୁବନେଶ୍ବର , ୦୫ ସେପ୍ଟେମ୍ବର , ୨୦୨୧ : ନିଜର ମୁଖ୍ୟାଳୟ (ମୁଖ୍ୟ କାର୍ୟ୍ୟାଳୟ) କେହି ଛାଡି ପାରିବେ ନାହିଁ । ଜରୁରୀକାଳୀନ ପରିସ୍ଥିତିରେ ଆମେ ଯଦି ଚାଷୀଙ୍କର ସାହାଯ୍ୟ ରେ ନ ଆସିବୁ ତାହେଲେ ଲାଭ ନାହିଁ । ଏହା ଆମର କର୍ତ୍ତବ୍ୟ । ଆଜି ରବିବାର ଦିନ ପୂର୍ବାହ୍ନ ଘ୧୧:୩୦ ସମୟରେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଫସଲର ଅବସ୍ଥାର ଆଭାସୀ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ , ପ୍ରାଣୀସମ୍ପଦ ବିକାଶ , ଉଚ୍ଚଶିକ୍ଷା ମନ୍ତ୍ରୀ ଡ: ଅରୁଣ ସାହୁ ।
କ୍ଷେତ୍ର ଅଫିସର ମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ ନିୟମିତ ସମ୍ପର୍କ ରଖିବା ଦରକାର ।

ଆପଣ ମାନେ ଦରକାର ପଡ଼ିଲେ ଜମି ପାଖକୁ ଯାଆନ୍ତୁ। ପରିବା ବଗିଚା, ମାଛ ଚାଷ ଇତ୍ୟାଦି ଜାଗାକୁ ଯାଆନ୍ତୁ। ଆମର କର୍ତ୍ତବ୍ୟ ରୁ ନିଜକୁ ଦୂରେଇ ରଖିବାନୀ।

ପଞ୍ଚାୟତ ଓ ବ୍ଲକ ସ୍ତରରେ ନିଜ ଅଞ୍ଚଳର ଜଳ ନିଧି, ସୌର ଜଳ ନିଧି ଉଠା ଜଳସେଚନ , ଅନ୍ୟ ଉଠା ଜଳସେଚନ ,କ୍ଷେତ ପୋଖରୀ , କ୍ଷୁଦ୍ର ଓ ମାଧ୍ୟମ ଜଳସେଚନ ପ୍ରକଳ୍ପ ସବୁର ଡାଟା ବେସ ପ୍ରସ୍ତୁତ କରନ୍ତୁ ।

ସେଥି ମଧ୍ୟରୁ କେତୋଟି ସମ୍ପୁର୍ଣ ହୋଇଛି , କେଉଁ ଗୁଡିକ ଚାଲୁ , ଅଚଳ , ମରାମତି ଯୋଗ୍ୟ , ବିଜୁଳୀ ସଂଯୋଗ ବିଚ୍ଚ୍ହିନ୍ନ ଓ ସମ୍ପୁର୍ଣ ଅଚଳ ତାହାର ବିଶଦ ବିବରଣୀ ସଂଗ୍ରହ କରି ଜିଲ୍ଲା ସ୍ତରକୁ ଜଣାଇଲେ ତ୍ଵରିତ ପଦକ୍ଷେପ ନିଆଯିବ।

କୌଣସି ଅଫିସରଙ୍କର ମୋବାଇଲ ବନ୍ଦ ହେବନି ଯେମିତି। ଯେକୌଣସି ସମୟରେ ପଚାରିଲେ ତତ୍କ୍ଷଣାତ ବିବରଣୀ ପ୍ରଦାନ ନିମନ୍ତେ ପ୍ରସ୍ତୁତ ରୁହନ୍ତୁ । ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ସପ୍ତାହର ସାତଦିନ ନିଜ କାର୍ୟ୍ୟାଳୟ ଖୋଲାରଖନ୍ତୁ ।

ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ନିମନ୍ତେ ଫସଲ ବିବିଧିକରଣ ଓ ସମନ୍ଵିତ କୃଷି କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରରେ ଆପାତ କାଳୀନ ଯୋଜନା ପ୍ରସ୍ତୁତ କରନ୍ତୁ । ଏଥିରେ ସ୍ବଲ୍ପ ମିଆଦି ଓ ମଧ୍ୟମ ମିଆଦି ଯୋଜନା ରହିବା ଦରକାର । ଏଥିନିମନ୍ତେ ଆବଶ୍ୟକ ଇନ୍ପୁଟ ନିମନ୍ତେ ତୁରନ୍ତ ରାଜ୍ୟ ମୁଖ୍ୟାଳୟକୁ ଜଣାନ୍ତୁ । ଜଳ ଯୋଗାଣ ନିମନ୍ତେ ସୁବିଧାଥିଲେ ଜଳସଂପଦ ବିଭାଗ ସହ ଯୋଗାଯୋଗ କରନ୍ତୁ ।
ଏହାଛଡା ପ୍ରତି ଶନିବାରଦିନ ୫ ଟା ସମୟରେ ବ୍ଲକ ଓ ଜିଲ୍ଲା ସ୍ତରରେ ସମସ୍ତ ପାଞ୍ଚଟି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ଓ ଏହାର ଫୋଟୋ ଓ ବିବରଣୀ ମୋ ପାଖରେ ତତ୍କାଳ ପହଞ୍ଚିବା ଦରକାର ।

ପଞ୍ଚାୟତ ସ୍ତରୀୟ ବୈଠକ ମଧ୍ୟ ଯଥାରୀତି ଚାଲିବା ଜରୁରୀ । ନିଜେ ସବୁ ରବିବାର ଦିନ ସାରା ଓଡିଶାର ସବୁ ଅଫିସର ମାନଙ୍କ ସହ ଆଜି ଭଳି ସମୀକ୍ଷା କରିବେ ବୋଲି ତାଗିଦ କରିଛନ୍ତି ମନ୍ତ୍ରୀ ନିଜର ସବୁ ଅଫିସର ମାନଙ୍କୁ ।

ଏହି ଉଚ୍ଚସ୍ତରୀୟ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ, ମସ୍ତ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଶାସନ ସଚିବଙ୍କ ସମେତ କୃଷି, ଉଦ୍ୟାନ କୃଷି , ମୃତ୍ତିକା ସଂରକ୍ଷଣ , ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ମାନେ ଓ ସମସ୍ତ ଉଚ୍ଚ ଆଧିକାରୀମାନେ ଏହି ଆଭାସୀ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏଥିରେ ଉକ୍ତ ସମସ୍ତ ନିର୍ଦ୍ଦେଶାଳୟ ଅଧିନସ୍ଥ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଫିସର ମାନେ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିଥିଲେ ।

Comments are closed.