ସ୍ମୃତିର ଅମଳିନ ପଟ୍ଟରେ ଅର୍ଜୁନ ଚରଣ ଦାଶ : ଏପ୍ରିଲ ୦୫ ତାରିଖ ପ୍ରବୀଣ ଶିକ୍ଷକ ନେତା ଅର୍ଜୁନ ଚରଣ ଦାଶଙ୍କ ୮ମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ
ହିମାଂଶୁ ଶେଖର ଆଚାର୍ଯ୍ୟ : ସମୟ ଓ ଜୁଆର କାହାକୁ ଅପେକ୍ଷା କରେ ନାହିଁ । ବିସ୍ମୃତିର ପାଣିକନା ସମୟ ସ୍ଲେଟ୍ରୁ ଅନେକ କଥା ପୋଛିଦେଲେ ବି ଏମିତି କିଛି ଲେଖା ରହିଯାଏ ଯାହା ସ୍ମୃତି ହୋଇ ରହିଯାଏ । ଏମିତି ଏକ ଅଭୁଲା ସ୍ମୃତି ହେଉଛି ମହାନ୍ ଶିକ୍ଷକ ନେତା, ପ୍ରବୀଣ ଶିକ୍ଷାବିତ୍ ତଥା ଶିକ୍ଷକ ମହାସଂଘର ପୂର୍ବତନ ସଭାପତି ଅର୍ଜୁନ ଚରଣ ଦାଶଙ୍କର ମହାପ୍ରୟାଣ । ୨୦୧୩ ମସିହା ଏପି୍ରଲ ୫ ତାରିଖରେ ତାଙ୍କର ଜୀବନଦୀପ ନିର୍ବାପିତ ହୋଇଯାଇଛି । ସବୁଦିନ ପାଇଁ ସେ ଚାଲିଯାଇଛନ୍ତି ଅଫେରା ରାଇଜକୁ, ଯେଉଁଠାକୁ ଜଣେ ଥରେ ଗଲେ ଆଉ ଫେରିଆସେନା । ·ହୁଁ ·ହୁଁ ଚାରି ବର୍ଷ ହୋଇଗଲା । ତାଙ୍କ ଆବର୍ତ୍ତମାନର ଦିନ ଯେତେ ଗଡ଼ÿି ଗଡ଼ି ଯାଉଛି ତାଙ୍କ ସୁଗୁଣର ସୁମନ ସେତେ ବେଶି ପାଖୁଡ଼ା ମେଲାଉଛି ଆଉ ସେ ବାସକୁ ଆଘ୍ରାଣ କରୁଛନ୍ତି ସାରା ରାଜ୍ୟର ଶିକ୍ଷକ ସମାଜ ।
ଅର୍ଜୁନ ଚରଣ ଦାଶ ୧୯୩୦ମସିହା ଏପ୍ରିଲ ମାସ ୩ତାରିଖରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ଗୋପାଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଗୁଣନିଧି ଦାଶ ଓ ମାତାଙ୍କ ନାମ ଥିଲା ମାଗୁଣି ଦେବୀ । ବାଲ୍ୟକାଳରୁ ଲେଖାଲେଖି ପ୍ରତି ତାଙ୍କର ଗଭୀର ଆସକ୍ତି ଥିଲା । ଥରେ ସେ କୌଣସି ଲେଖା ଲେଖି ବସିଲେ ତାହା ନସରିବା ପର୍ଯ୍ୟନ୍ତ ସେଠାରୁ ସେ ଉଠୁ ନଥିଲେ । ଏହି ଅଭ୍ୟାସ ଓ ପ୍ରଚେଷ୍ଟା ହିଁ ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଜଣେ ସ୍ୱନାମଧନ୍ୟ ଲେଖକ ହେବାରେ ସହାୟକ ହୋଇଥିଲା । ଯାହାର ଫଳ ସ୍ୱରୂପ ସେ ଅନେକ ଗୁଡିଏ ନାଟକ ରଚନା କରି ନିଜକୁ ଜଣେ ସଫଳ ନାଟ୍ୟକାର ରୂପେ ପ୍ରତିଷ୍ଠିତ କରିପାରିଥିଲେ ।
ଅର୍ଜୁନ ଚରଣ ଦାଶ ଏକାଧାରରେ ଥିଲେ ଜଣେ ସ୍ୱନାମଧନ୍ୟ ଶିକ୍ଷକ,ଉଚ୍ଚକୋଟୀର ବାଗ୍ମୀ,ଦକ୍ଷ ସଂଗଠକ ତଥା ରାଜ୍ୟର ଜଣେ ଅଦି୍ୱତୀୟ ଶିକ୍ଷକନେତା । ଜୀବନ ସଂଗ୍ରାମରେ ସେ କେବେ ଭାଙ୍ଗି ପଡିନଥିଲେ । ଶିକ୍ଷକ ମାନଙ୍କର ଜୀବନ ଜୀବିକା ସମସ୍ୟାର ସମାଧାନ ତାଙ୍କ ଜୀବନର ମୂଳମନ୍ତ୍ର ଥିଲା । ଥରେ ସେ ଯାହା ଚିନ୍ତା କରୁଥିଲେ ତାହା କାମରେ କରି ଦେଖାଉଥିଲେ,ଏହାହିଁ ଥିଲା ତାଙ୍କର ବିଶେଷ୍ୱତ । ଓଡିଶାର ଶିକ୍ଷକ ସମାଜ ଦଃୁଖରେ ନରୁହନ୍ତୁ, ସେମାନଙ୍କର ସମସ୍ୟାର ସମାଧାନ ହେଉ,ଓଡିଶାରେ ଶିକ୍ଷାର ବିକାଶ ହେଉ ଏହାହିଁ ଥିଲା ତାଙ୍କର ଅନବରତ ଚିନ୍ତା । ଏଥିପାଇଁ ସେ ନିଜ ଜୀବନକୁ ଶିକ୍ଷକ ସମାଜର ଉନ୍ନତ୍ତି ନିମନ୍ତେ ଉସôର୍ଗ କରିଥିଲେ ।
ସଂଗଠନ କ୍ଷେତ୍ରରେ ଅର୍ଜୁନ ଚରଣ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ତିର୍ତ୍ତୋଲ ବ୍ଲକର ସଂମ୍ପାଦକ,ଜିଲ୍ଲା ସଂମ୍ପାଦକ ଭାବେ କାର୍ଯ୍ୟକରି ସେ ନିଜର ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ । ଆଉ ତା’ପରର ଘଟଣା ଥିଲା ସ୍ୱର୍ଣ୍ଣାଭ ଇତିହାସ ।
ପରବର୍ତ୍ତୀ ପର୍ଯ୍ୟାୟରେ ସେ ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘ ଉପ-ସଭାପତି ଓ ୧୯୯୦ ରୁ ୧୯୯୮ପର୍ଯ୍ୟନ୍ତ ନିଖିଳ ଉକôଳ ଶିକ୍ଷକ ମହାସଂଘର ସଭାପତି ଭାବେ କାର୍ଯ୍ୟକରି ସେ କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ସମଗ୍ର ରାଜ୍ୟରେ ଶିକ୍ଷକ ସଂଗଠନକୁ ଶକ୍ତିଶାଳୀ କରିବା ସହ ଶିକ୍ଷକ,ଅଧ୍ୟାପକ ଓ କର୍ମଚାରୀ ମାନଙ୍କର ଅନୁଦାନ ଓ ଚାକିରୀ ସର୍ତ୍ତାବଳୀ ପ୍ରମୁଖ ସମସ୍ୟା ସମାଧନରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ । ଶିକ୍ଷକ ଗୌରବ ସ୍ୱର୍ଗତ୍ ବନମାଳୀ ବ୍ରହ୍ମଚାରୀ,ସ୍ୱର୍ଗତ କୈଳାସ ମହାପାତ୍ର, ପ୍ରଫେସର ଅବନୀ ବରାଳ, ପ୍ରଫେସର ଭଗବାନ ଜେନା ଓ ଆହୁରି ଅନେକ ଶିକ୍ଷକ ନେତାଙ୍କ ସହ ସାମିଲ ହୋଇ ଶିକ୍ଷକ ମାନଙ୍କୁ ଚାକିରୀ ସର୍ତ୍ତାବଳୀ ପ୍ରଦାନ,ପ୍ରତ୍ୟକ୍ଷ ଅନୁଦାନ ସୁବିଧା, ପେନ୍ସନ୍ ପ୍ରଦାନ,ଅଧ୍ୟାପକ ମାନଙ୍କୁ ୟୁ.ଜି.ସି ବେତନ ପ୍ରଦାନ ଆଦି ସୁବିଧା-ସୁଯୋଗ ମିଳିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ଏକଥା ଯେ କେହି ମୁକ୍ତ କଣ୍ଠରେ ସ୍ୱୀକାର କରିବେ ।
ଜଣେ ସଫଳ,ଦକ୍ଷ ଓ ଛାତ୍ରବସôଳ ଶିକ୍ଷକ ଭାବେ ଅର୍ଜୁନ ଦାଶଙ୍କର ନିଆରା ପରିଚୟ ଥିଲା । ପ୍ରଥମେ ଭୁବନେଶ୍ୱର ଚନ୍ଦକା ହାଇସ୍କୁଲରୁ ଶିକ୍ଷକତା ଆରମ୍ଭ କରି ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ସେ । ପରେ କସର୍ଦ୍ଦାର କୁଳଶ୍ରୀ ମାଇନର ସ୍କୁଲ ଏବଂ ତାପରେ ନିଜ ଗାଁ ଗୋପାଳପୁରରେ ଥିବା ବଟମଙ୍ଗଳା ବିଦ୍ୟାପୀଠର ମଙ୍ଗଧରି ୧୯୮୮ରେ ଅବସର ନେବା ପର୍ଯ୍ୟନ୍ତ ଜଣେ କୃତୀ ଶିକ୍ଷକ ଭାବେ ସେ ଯେଉଁ ଛାପ ଛାଡିଯାଇଛନ୍ତି ତାହା ଏବେବି ଅନେକଙ୍କ ପାଇଁ ଉଦାହରଣ ହୋଇ ରହିବ । ବାସ୍ତବରେ ତାଙ୍କର ଶିକ୍ଷାଦାନ ଶୈଳୀ ଥିଲା ଅନନ୍ୟ ଓ ଅସାଧାରଣ । କୁନି କୁନି ପିଲାମାନଙ୍କୁ କୋଳେଇ ନେଇ,ତାଙ୍କ ମନକୁ ମନେଇ, ପାଠ ପଢେଇବାର ଭିନ୍ନ ଭିନ୍ନ କୌଶଳ ଆପଣେଇବାରେ ସେ ବେଶ୍ ସିଦ୍ଧହସ୍ତ ଥିଲେ । ତାଙ୍କ ହାତଗଢା ଅନେକ ବିଦ୍ୟାର୍ଥୀ ଆଜି ସମାଜର ବିଭିନ୍ନ ସ୍ତରରେ ପ୍ରତିଷ୍ଠିତ କରିପାରିଛନ୍ତି ଏକଥା ସର୍ବଜନବିଦିତ । ଏଥି ସହିତ ଏ ଅଞ୍ଚଳରେ ଅନେକ ଶିକ୍ଷାନୁଷ୍ଠାନ ଗଢିବାରେ ତାଙ୍କର ଅବଦାନକୁ ଭୁଲି ହେବନାହିଁ । ଏବେବି ସଅଁରା ହାଇସ୍କୁଲ,ବଟମଙ୍ଗଳା ହାଇସ୍କୁଲ ମୁକସାକ୍ଷୀ ରୂପେ ତାଙ୍କର ଗୁଣଗାନ କରି ଦଣ୍ଡାୟମାନ ।
ଜଣେ ସୁବକ୍ତା ଭାବରେ ସମଗ୍ର ରାଜ୍ୟରେ ବେଶ୍ ଜଣାଶୁଣା ଥିଲେ ଅର୍ଜୁନ ଦାଶ । ଅନ୍ୟ ବକ୍ତାମାନଙ୍କ ପରି ସେ ଆଳଙ୍କରିକ ଶବ୍ଦ ସମୂହ ବ୍ୟବହାର କରୁନଥିଲେ । ଖୁବ ଛୋଟ ଛୋଟ ଶବ୍ଦ, ଗାଉଁଲି ଲୋକକଥା, ନିତି ଦିନିଆ ଘଟଣା ଓ ଅନୁଭୂତିକୁ ନେଇ ସେ ଯେଉଁ ବକ୍ତବ୍ୟ ରଖୁଥିଲେ ତାହା ସମସ୍ତଙ୍କ ମନକୁ ଛୁଇଁପାରୁଥିଲା । “ସବୁ ସେହି ଗାତର ଦୋଷ”, ସଭାରେ ସଭାପତି କିଏ? ବା-ପା ପ୍ରସଙ୍ଗ ତାଙ୍କ ଭାଷଣରେ ଯେତିକି ରୋଚକ ହୋଇଥାଏ, ଶିକ୍ଷକ ଅଧ୍ୟାପକ ମାନଙ୍କୁ ଆନେ୍ଦାଳନ ପାଇଁ ସେତିକି ପ୍ରେରଣା ଦେଇଥାଏ । ଖାଲି ସେତିକି ନୁହେଁ, ତାଙ୍କ କଟାକ୍ଷ ଓ ଶାଣିତ ଭାଷଣରେ ସରକାରୀ ଦଳଓକଳକୁ ସମାଲୋଚନା କରିବାରେ ସେ ଧୂରୀଣଥିଲେ । ବହୁ ରକ୍ତକ୍ଷୟୀ ଶିକ୍ଷକ ଆନେ୍ଦାଳନର ସେ ଥିଲେ ପ୍ରତ୍ୟକ୍ଷଦର୍ଶୀ ମହାନାୟକ । କୌଣସି ପରିସ୍ଥିତିରେ ସେ ସରକାରୀ ଚାପ ଆଗରେ ମୁଣ୍ଡ ନୁଆଉଁନଥିଲେ । ଆଜି ସେଇଭଳି ନେତୃତ୍ୱର ଆବଶ୍ୟକତା ଅଛି ।
Comments are closed.