Odisha news

ଆଜି ରାଜ୍ୟରେ ଶତକ ଛୁଇଁଲା କରୋନା ପଜିଟିଭ୍ : ଗଂଜାମ 52, ଯାଜପୁର 7,ସୁନ୍ଦରଗଡ 7, କେଉଁଝର 2, 33 ବାଲେଶ୍ୱର

0

ଭୁବନେଶ୍ୱର: ରାଜ୍ୟରେ ଆଜି ନୂଆ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଗଂଜାମ 52, ଯାଜପୁର 7,ସୁନ୍ଦରଗଡ 7, କେଉଁଝର 2, 33 ବାଲେଶ୍ୱର l ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୫୩୮ରେ ପହଂଚିଛି | ତେବେ ଗଞ୍ଜାମରେ ଆଜି ୫୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୧୦ରେ ପହଂଚିଛି | ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ୪୧୯ଟି ସକ୍ରିୟ ମାମଲା ଥିବାବେଳେ ୧୧୬ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୩ ଜଣଙ୍କର ମୃତ୍ୟୁ ଘଟିଛି |

ଆଜି ନୂଆ ବଢିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୫୨ ଜଣ ବଢ଼ିଥିବାବେଳେ ବାଲେଶ୍ୱର ୩୩ ଜଣ ବଢିଛନ୍ତି | ବାଲେଶ୍ୱରରେ ଏହି ନୂଆ ପଜିଟିଭଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଂଚିଛି | ସେହିପରି ସୁନ୍ଦରଗଡ଼ରେ ୭ ଜଣ ନୂଆ ପଜିଟିଭଙ୍କ ସଂଖ୍ୟା ବଢିଛି | ଆଉ ସୁନ୍ଦରଗଡରେ ପଜିଟିଭଙ୍କ ସଂଖ୍ୟା ୨୩ରେ ପହଂଚିଛି |

ସେହିପରି କେନ୍ଦୁଝରରେ ୨ ଜଣ ନୂଆ କରୋନା ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଂଚିଛି | ଯାଜପୁରରେ ମଧ୍ୟ ନୂଆ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ କରୋନା ପଜିଟିଭଙ୍କ ସଂଖ୍ୟା ୭୧ରେ ପହଂଚିଛି |

Leave A Reply