Odisha news

ରାଜମହଲ ଛକରୁ ଏଜି ମଧ୍ୟରେ ବସୁଥିବା ଫଳ ଦୋକାନୀମାନେ ଆଉ ରାସ୍ତା ଉପରେ କି ହାଟରେ ବସିବେନି।: ପରିବା ବ୍ୟବସାୟୀଙ୍କ ଭଳି ୟୁନିଟ-୧ ବାଳକ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ବସିବେ

0

ଭୁବନେଶ୍ବର : ରାଜମହଲ ଛକରୁ ଏଜି ମଧ୍ୟରେ ବସୁଥିବା ଫଳ ଦୋକାନୀମାନେ ଆଉ ରାସ୍ତା ଉପରେ କି ହାଟରେ ବସିବେନି। ସେମା‌ନେ ବି ପରିବା ବ୍ୟବସାୟୀଙ୍କ ଭଳି ୟୁନିଟ-୧ ବାଳକ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ବସିବେ। ସେଠାରେ ସକାଳ ୭ଟାରୁ ସଂଧ୍ୟା ୬ଟା ୩୦ ମଧ୍ୟରେ ବ୍ୟବସାୟ କରିବେ। ଆଜି ଏନେଇ ବିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ‌ରାଜମହଲରୁ ଏଜି ମଧ୍ୟରେ ବସୁଥିବା‌ ଫଳ ବ୍ୟବସାୟୀ ଏବଂ ଏଠାକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନି। ଏପରିକି ରାସ୍ତା ଉପରେ ଅଯଥାରେ ଭିଡ଼ ଜମୁଛି। ତେଣୁ ପରିବା ବ୍ୟବସାୟୀଙ୍କ ଭଳି ଫଳ ବ୍ୟବସାୟୀଙ୍କୁ ବି ୟୁନିଟ-୧ ଖେଳପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଏବେ ୟୁନିଟ-୧ ପରିବା ହାଟ ଖୋଲିବା ନେଇ କିଛି ନିର୍ଦ୍ଦେଶନାମା ବାହାରିନି। ତେଣୁ ହାଟ ଭିତରେ କେହି ପରିବା ବ୍ୟବସାୟୀ ବସିପାରିବେନି।

Leave A Reply