Odisha news

ଖୁବ ଯିଦିଆ ଓ ରାଗି ହୋଇ ଥାଆନ୍ତି ଏହି ରାଶିର ଛୁଆ, ଆପଣଙ୍କ ସନ୍ତାନର ରାଶି ତ ନୁହେଁ

0

ପିତାମାତା ନିଜ ସନ୍ତାନର ଯେଉଁ ପ୍ରକୃତିକୁ ନେଇ ସବୁଠୁ ଅଧିକ ଚିନ୍ତିତ ହୋଇ ଥାଆନ୍ତି ତାହା ହେଉଛି ତାଙ୍କ ଜିଦି l ଜିଦିଆ ଛୁଆଙ୍କ ପିତାମାତା ସବୁବେଳେ ତାଙ୍କ ପାଇଁ ଚିନ୍ତିତ ରହି ଥାଆନ୍ତି l ତାହା ହୋଇଥାଏ ପିତାମାତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ l ଏପରି ସ୍ଥିତିରେ କଣ ଆପଣ ଜାଣିଛନ୍ତି ଏହା ଦ୍ୱାରା କିଛି ମାତ୍ରାରେ ଆପଣଙ୍କ ସନ୍ତାନ ଉପରେ ପ୍ରଭାବ ପକାଇ ଥାଏ l

– ଵୃଷରାଶି : ଏହି ରାଶିର ପିଲାମାନେ ଆବଶ୍ୟକତା ଠାରୁ ଅଧିକ ଜିଦିଆ ହୋଇ ଥାଆନ୍ତି l ଗୋଟିଏ ଥର ଯଦି କୌଣସି ଜିନିଷ ଉପରେ ନିଜର ହକ ଜମାଇ ଥାଆନ୍ତି ତେବେ ସହଜରେ ଛାଡି ନଥାନ୍ତି l ଏହି ରାଶିର ପିଲାମାନେ ଏତେ ଜିଦିଆ ହୋଇ ଥାଆନ୍ତି ଯେ କାହାରି କଥା ଶୁଣିବାକୁ ପସନ୍ଦ କରି ନଥାଆନ୍ତି l ତେଣୁ ଏହି ରାଶିର ପିଲାଙ୍କୁ ସବୁଦିନ ସକାଳୁ ଶିବଙ୍କ ସ୍ତୁତି ଶୁଣାନ୍ତୁ l ମନ ଶାନ୍ତ ରହିବା ସହିତ ଜିଦି ମଧ୍ୟ କମିଯିବ l

– ସିଂହ ରାଶି : ଏହି ରାଶିର ପିଲାମାନଙ୍କୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ l ସେମାନେ ନିଜ ଜିଦି ଆଗରେ କାହାରି କଥା ଶୁଣି ନଥାନ୍ତି l ଏମାନେ ଆବଶ୍ୟକତା ଠାରୁ ଅଧିକ ଯିଦିଆ ହୋଇ ଥାଆନ୍ତି l ଏମାନେ ସବୁବେଳେ ନିଜ ଇଚ୍ଛାରେ କାର୍ଯ୍ୟ କରି ଥାଆନ୍ତି l ସେମାନେ ସବୁବେଳେ ଚାହିଁ ଥାଆନ୍ତି ଯେ ତାଙ୍କ ଇଚ୍ଛା ଅନୁସାରେ ସବୁ କିଛି ଘଟୁ l ଏମାନଙ୍କୁ ପ୍ରତି ମଙ୍ଗଳବାର ଦିନ ହନୁମାନ ଙ୍କ କଥା ପଡି ଶୁଣାନ୍ତୁ l

– କନ୍ୟା ରାଶି : ବିଶେଷ ଭାବରେ କନ୍ୟା ରାଶିର ପିଲମେ ଅତ୍ୟଧିକ କ୍ରୋଧୀ ସ୍ୱଭାବର ହୋଇ ଥାଆନ୍ତି l ସେମାନଙ୍କ ସ୍ଵଭାଵ ହେଲା ଭାଂଗିଯିବେ ପଛେ ନଇଁବେ ନାହିଁ l ଏମାନଙ୍କୁ କୌଣସି କଥାକୁ ନେଇ ବୁଝାଇବା ଖୁବ ଅସମ୍ଭବ l ନିଜ କଥାକୁ ସବୁବେଳେ ଠିକ ବୋଲି ଦର୍ଶାଇ ଥାଆନ୍ତି l ଏମାନଙ୍କୁ ବିଘ୍ନ ବିନାଶକ ଙ୍କ ସ୍ତୋତ୍ର ପାଠ କରାନ୍ତୁ ମନ ଶାନ୍ତ ରହିବ l

– ବିଛା ରାଶି : ବିଛା ରାଶିର ପିଲାମାନେ ମଧ୍ୟ ଖୁବ ରାଗି ହୋଇ ଥାଆନ୍ତି l ଏମାନଙ୍କର ଗୋଟିଏ ବିଶେଷ ଗୁଣ ହେଲା ସମସ୍ତଙ୍କ କଥା ଶୁଣି ଥାଆନ୍ତି କିନ୍ତୁ ନିଜ ଇଛାରେ କାର୍ଯ୍ୟ କରି ଥାଆନ୍ତି l କିନ୍ତୁ ଏମାନଙ୍କର ଗୋଟିଏ ବିଶେଷ ଗୁଣ ରହିଛି ଯେ ଏମାନେ ନିଜ କ୍ରୋଧ କୁ ମଧ୍ୟ ନିଜେ ଶାନ୍ତ କରି ଥାଆନ୍ତି l ତେଣୁ ଏମାନଙ୍କୁ ସବୁଦିନ କୁହନ୍ତୁ ଗାୟତ୍ରୀ ମନ୍ତ୍ର ପାଠ କରିବା ପାଇଁ l

Leave A Reply