Odisha news

ଆପଣଙ୍କର ଏହିସବୁ ସ୍ୱଭାବ ଆପଣଙ୍କ ଶରୀର ପାଇଁ ହୋଇପାରେ କାଳ

0

ଆଜିକାଲି ଖୁବ କମ ବୟସର ଲୋକମାନେ ମଧ୍ୟ ହାର୍ଟ ଆଟାକ ଓ କାର୍ଡିଓ ଅରେଷ୍ଟ ର ଶିକାର ଖୁବ ଅଧିକ ହେଉଛନ୍ତି l ଡାକ୍ତରଙ୍କ ମତରେ ଏହା ପଛର କାରଣ ହେଉଛି ଆମ ଲାଇଫ ଷ୍ଟାଇଲ ଓ ପର୍ସନାଲିଟି ଦାୟୀ ଅଟେ l ଅଧିକ ମୋଟାପଣ, ବ୍ଲଡ଼ ପ୍ରେସର ବଢିବା, ଉତ୍ତେଜନା, କୋଲେଷ୍ଟ୍ରଲ ବଢିବା ଓ ଧୁମ୍ରପାନ ଭଳି ଅଭ୍ୟାସ ମଧ୍ୟ ହାର୍ଟ ଆଟାକ ର ବିପଦକୁ ବଢ଼ାଇ ଥାଏ l ଏଭଳି ଲୋକ ହାର୍ଟ ସମ୍ବନ୍ଧୀୟ ରୋଗ ଗୁଡିକ ଅଧିକ ଦେଖା ଯାଇଥାଏ l ଆପଣଙ୍କ କ୍ରୋଧ, ଆପଣଙ୍କ ଅବସାଦ, ନିଦ ନଆସିବା, ଖାଇବା ପିଇବାରେ ଅବହେଳା ଭଳି ଅଭ୍ୟାସ ମଧ୍ୟ ହାର୍ଟ ଆଟାକ ର କାରଣ ହୋଇଥାଏ l

ଆସନ୍ତୁ ଜାଣିବା ଲୋକ ମାନଙ୍କ ର କେଉଁ ସବୁ ସ୍ଵଭାଵ ତାଙ୍କ ଶରୀର ପାଇଁ କାଳ ହୋଇଥାଏ l

– ଗବେଷକଙ୍କ ମତରେ ଯେଉଁ ବ୍ୟକ୍ତିଙ୍କୁ କ୍ରୋଧ ଖୁବ ଶୀଘ୍ର ଆସିଥାଏ କିମ୍ବା ଯେଉଁ ବ୍ୟକ୍ତିମାନେ ଅଧିକ କମ୍ପିଟେଟିଭ ମାଇଣ୍ଡ ର ହୋଇ ଥାଆନ୍ତି ସେମାନଙ୍କୁ ଟାଇପ A ପର୍ସନାଲିଟି  କୁହାଯାଇ ଥାଏ, ଏବଂ ଏଭଳି ଲକଙ୍କ ହାର୍ଟ ଆଟାକ ସମ୍ଭାବନା ସବୁଠୁ ଅଧିକ ରହିଥାଏ l ଏହାର ଅର୍ଥ ନୁହେଁ ଯେ ଏଭଳି ପ୍ରକୃତିର ସମସ୍ତ ଲୋକଙ୍କୁ ହାର୍ଟ ଆଟାକ ହୋଇଥାଏ l

– ମଣିଷଙ୍କ ଅସାମାନ୍ୟ ବ୍ୟବହାର କାରଣରୁ ମଧ୍ୟ ହାର୍ଟ ଆଟାକ ସମ୍ଭାବନା ଅଧିକ ବଢି ଯାଇଥାଏ l ଏପରି ସ୍ଥିତିରେ ଆପଣଙ୍କୁ ନିଜର ଅଭ୍ୟାସରେ ପରିବର୍ତ୍ତନ କରିବା ଆବଶ୍ୟକ l

– ସାଧାରଣ ଭାବରେ ଦେଖିବାକୁ ଗଲେ ଟାର୍ଗେଟ କୁ ନେଇ ଚାକିରୀ କରୁଥିବା ଲକଙ୍କ ଉପରେ ଚାପ ଅଧିକ ରହିଥାଏ l କାରଣ ପ୍ରେସର ହାର୍ଟ କୁ ଦୁର୍ବଳ କରି ଦେଇଥାଏ l ଅଧିକାଂଶ ସମୟରେ କାମ କୁ ପୁରା କରିବାର ଚାପ କାରଣରୁ ମଧ୍ୟ ହୃଦଘାତ ସମସ୍ୟା ଦେଖା ଯାଉଛି l

-ମକିଛି ଲୋକଙ୍କର ଅଭ୍ୟାସ ରହିଛି ଏକ ସାଙ୍ଗରେ ଅନେକ ଗୁଡିଏ କାର୍ଯ୍ୟରେ ନିଜକୁ ସମ୍ପୃକ୍ତ କରିବା l କିଛି ଲୋକ ଯେପରିକି ଖାଇବା ସମୟରେ ଅଫିସ ବିଷୟରେ କଥା ହୋଇ ଥାଆନ୍ତି  କିମ୍ବା ନିଜ କାମରେ ବ୍ୟସ୍ତ ରହି ଅନ୍ୟର କାର୍ଯ୍ୟରେ ମୁଣ୍ଡ ପୁରାଇ ଥାଆନ୍ତି l ଏଭଳି ଲୋକଙ୍କର ରକ୍ତଚାପ ବୃଦ୍ଧି ପାଇଁ ହୃଦଘାତ ସମସ୍ୟା ହୋଇଥାଏ l

– ଅନେକ ଗବେଷଣାରୁ ଜଣା ପଡିଛି ଯେ ପୁରୁଷ ମାନେ ମହିଳା ମାନଙ୍କ ଅପେକ୍ଷା ନିଜ ଇମୋସନ କୁ ଅଧିକ କଣ୍ଟ୍ରୋଲ କରି ଥାଆନ୍ତି l ପୁରୁଷ ମାନଙ୍କର ଅଭ୍ୟାସ ଅଟେ ଯେ ସେମାନେ ନିଜର ରାଗ, ସ୍ନେହ ଓ ନିରାଶ ଭାବକୁ ଖୁବ ସହଜରେ ନିୟନ୍ତ୍ରଣ କରି ଥାଆନ୍ତି l ଯାହା ତାଙ୍କୁ ହୃଦ ଘାତ ର ସମୁଖୀନ କରାଇ ଥାଏ l

Leave A Reply