ଆନନ୍ଦପୁର, ସବ୍ୟୁ:ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ଓ ମଦ ଜବତ କରିବା ସହିତ ୩ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।ସୂଚନାଯୋଗ୍ୟ ଯେ କେନ୍ଦୁଝର ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି ଙ୍କ ନିର୍ଦ୍ଧେଶ କ୍ରମେ ଆନନ୍ଦପୁର ଅବକାରୀ ବିଭାଗ ନିରୀକ୍ଷକ ପ୍ରଫୁଲ କୁମାର ମହାନ୍ତ ଓ ଉପ-ନିରୀକ୍ଷକ ନରେନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଜାଗାରେ ଚଢ଼ାଉ କରି ଆନନ୍ଦପୁର ବ୍ଲକର ଆନନ୍ଦପୁର, ବାମ୍ଫିଡି,ବାଉଁଶଗଡ଼ ଓ ଗୋଡମରା ଅଞ୍ଚଳ ରୁ ୪୪ ଲିଟର ମଦ ଜବତ କରିବା ସହିତ ୪୨୦ କେଜି ମହୁଲୀ ପୋଚ ନଷ୍ଟ କରିଥିବା ବେଳେ ଉକ୍ତ କାରବାରରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ଏହି ଚଢ଼ାଉରେ ଆନନ୍ଦପୁର ଅବକାରୀ ବିଭାଗର କର୍ମଚାରୀ ସୁଶାନ୍ତ କୁମାର ରାଉତ,ସଂଜୀବ କୁମାର ସେଠୀ, ଲକ୍ଷ୍ମଣ ମହାନ୍ତ ଓ ନିବେଦିତା ମାଝୀ ପ୍ରମୁଖ ସହଯୋଗ କରିଥିଲେ।