Odisha news

ଓଡ଼ିଶାର ନଦୀ ସୁରକ୍ଷା ସମିତିର ସଭାପତି ଭାବେ ମହେଶ୍ୱର ସାହୁ ନିର୍ବାଚିତ

ଆନନ୍ଦପୁର ସବ୍ୟୁ :ଭାରତୀୟ ଜନତା ପାର୍ଟି ରାଜ୍ୟ ର ବରିଷ୍ଠ ନେତା ତଥା ଜାତୀୟ ସ୍ତରର ବିଶିଷ୍ଟ କୃଷକ ନେତା ଶ୍ରୀ ମହେଶ୍ଵର ସାହୁ, ଓଡିଶା ନଦୀ ସୁରକ୍ଷା ସମିତି”ର ସଭାପତି ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାର ସମସ୍ତ ନଦୀ କଳକାରଖାନା ର ମଇଳା ପାଣି ମିଶିବା ଯୋଗୁଁ ବ୍ୟାପକ ଭାବେ ପ୍ରଦୁଷଣ ହୋଇ ଆଉ ବ୍ୟବହାର ଯୋଗ୍ୟ ଅବସ୍ଥାରେ ନାହିଁ। ନଦୀ ମାନଙ୍କ ରୁ ଜାତୀୟ ଗ୍ରୀନ ଟିବୁନାଲ ଆଇନକୁ ଉଲ୍ଲଂଘନ କରି ବ୍ୟାପକ ଭାବେ ବାଲି ଖୋଲା ଯାଉଥିବାରୁ, ପ୍ରକୃତିର ସନ୍ତୁଳନ ନଷ୍ଟ ହୋଇ ଆଗାମୀ ଦିନ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ ର ପାଣିକୁ ରାଜ୍ୟ ସରକାର କମ୍ପାନୀ ମାନଙ୍କୁ କଳ କାରଖାନା ପାଇଁ ଖୋଲମଖୋଲା ଦେଇଛନ୍ତି। ସେଥିପାଇଁ କୈଣସି କଟକଣା ନଥିବାରୁ ଆଜି ରାଜ୍ୟ ରେ ଭୂମିତଳ ଜଳ ପତ୍ତନ ହ୍ରାସ ପାଇଛି, ଯଦ୍ଵାରାକି ଆଗାମୀ ଦିନରେ ପରିସ୍ଥିତି ଗୁରୁତର ହେଇ ଜଳ ସଙ୍କଟ ଦେଖାଦେବ। ଏସବୁ ପରିସ୍ଥିତି ରୁ ରକ୍ଷା ପାଇବା ପାଇଁ ଓଡିଶା ର ବିଷିଷ୍ଟ ପରିବେଷବୀତ, ସାମ୍ବାଦିକ, ଆଇନଜୀବୀ, ସମାଜସେବୀ କଂ ସମେତ ସମାଜର ବିଭିନ୍ନ ବର୍ଗର ଲୋକ ମାନଙ୍କୁ ନେଇ ଓଡିଶା ନଦୀ ସୁରକ୍ଷା ସମିତି ଗଠନ କରାଯାଇଛି।
ଗତ ୧୨ ତାରିଖ ଦିନ ପବିତ୍ର ରଥଯାତ୍ରା ଅବସରରେ ଏହି ନୂତନ ସଂଗଠନ ଓଡିଶା ନଦୀ ସୁରକ୍ଷା ସମିତି”ର ଶୁଭ ଉଦ୍ଘାଟନ ହେଇଯାଇଛି। ଏଥିରେ ବିଶିଷ୍ଟ ପରିବେଶବିତ ଶ୍ରୀ ବିଶୂଜୀତ୍ ମହାନ୍ତି, ସମାଜସେବୀ ଶ୍ରୀ ସଜନ ଶର୍ମା, ଚଳଚ୍ଚିତ୍ର ତାରକା ଶ୍ରୀ ଅଶ୍ରୁମୋଚନ ମହାନ୍ତି, ଐତିହାସିକ ଶ୍ରୀ ଅନୀଲ ଧୀର, ବିଶିଷ୍ଟ ଶ୍ରମିକ ନେତା ୟୁଧିଷ୍ଟିର ମହାରଣା,  ଚାର୍ଟାଡଆକାଉନଟାଡ ଶ୍ରୀ ସତ୍ୟନାରାୟଣ ମହାକୁଡ, ରାମଚନ୍ଦ୍ର ପାତ୍ର, ଯଦୁମଣି ପାଣିଗ୍ରାହୀ, ବଳଦେବ ବେଦବ୍ୟାକ, ଶ୍ରୀରଂଜନ ମଗଂରାଜ, ମନୋଜ ବେହେରା, ମାନସ ରଞ୍ଜନ ଦାଶ, ବିଶୂଜୀତ୍ ସ୍ୱାଇଁ, ଅଶୋକ ରଥ, ହୃଷିକେଶ ଜେନା, ସମୀର ପାତ୍ର, ମଦନ ପ୍ରଧାନ, ଜନ୍ମଜୟ ଜେନା, ରତିକାନ୍ତ ଦାଶ, ଦିବ୍ୟଶକଂର ଭୋଇ, ସୁମନ୍ତ ମହାରଣା, ଅଜୟ କୁମାର ସାହୁ, ପ୍ରମୁଖ କଂ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।(ଶ୍ରୀ ମହେଶ୍ଵର ସାହୁ, ସଭାପତି, ଓଡିଶା ନଦୀ ସୁରକ୍ଷା ସମିତି)

Comments are closed.