Odisha news

ହସ୍ପିଟାଲରୁ ଡିସଚାର୍ଜ ହେଲେ ଗୃହମନ୍ତ୍ରୀ ଅମିତ୍ ଶାହା

0

ନୂଆଦିଲ୍ଲୀ : ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ୫ ଦିନ ଡ଼ାକ୍ତରଖାନାରେ ରହିବା ପରେ
ଆଜି ଘରକୁ ଫେରିଛନ୍ତି ଗୃହମନ୍ତ୍ରୀ। ତାଙ୍କୁ ୧୨ ସେପ୍ଟେମ୍ବର ଦିନ ୧୧ଟାରେ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତି କରାଯାଇଥିଲା । ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସନ୍ଧ୍ୟାରେ ତାଙ୍କୁ ଏମ୍ସରୁ ଛାଡ଼ି ଦିଆଯାଇଛି ।

ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ କୋବିଡ଼-୧୯ରୁ ସୁସ୍ଥ ହେବା ପରେ ତାଙ୍କୁ ୧୮ ଅଗଷ୍ଟରେ ଏମ୍ସରେ ଭର୍ତି କରାଯାଇଥିଲା। ସେଠାରୁ ସେ ୩୧ ଅଗଷ୍ଟରେ ମୁକ୍ତି ପାଇଥିଲେ । ମାତ୍ର ପୁଣି ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଏମ୍ସରେ ଗତ ୧୨ ତାରିଖରେ ଭର୍ତି କରାଯାଇଥିଲା ।

Leave A Reply