Odisha news

କଣ ଆମେରିକା ବିନା କୌଣସି ଦେଶ ସର୍ଭଭାଇବ କରିପାରିବ ନାହିଁ ? ଏଭଳି କିଛି ଦେଶ ଅଛନ୍ତି ଯେଉଁ ମାନଙ୍କର ଆମେରିକା ସହିତ କୌଣସି ସମ୍ପର୍କ ନାହିଁ

0

ଆମେରିକା ଲଗାତାର ଭାବରେ ଭାରତ ସମେତ ଦୁନିଆର ଅନେକ ଦେଶାଂକୁ ଟାରିଫ ଧମକ ଦେଇଚାଲିଛି, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କିଛି ଦେଶ ଉପରେ ଟାରିଫ ବୋଝ ଲଗାଇବାରେ ବ୍ୟସ୍ତ ରହିଛନ୍ତି, ଟ୍ରମ୍ପ ଭାରତ ସହିତ ଟ୍ରେଡ଼ କୁ ନେଇ ୨୫ ପ୍ରତିଶତ ଟାରିଫ ଲଗାଇବାର ଘୋଷଣା କରିଛନ୍ତି, କାହିଁକିନା ଭାରତ ରୁଷ ଠାରୁ କଞ୍ଚା ତେଲ କିଣୁଛି, ଟ୍ରମ୍ପ ଭାରତ ଉପରେ ଦୋଷ ଲଦି ନିଜ ମତ ରଖିଛନ୍ତି ଯେ ଭାରତ ରୁଷ ଠାରୁ କଞ୍ଚା ତେଲ କିଣି ତାକୁ ଚଢ଼ା ଦରରେ ଅନ୍ତରାଷ୍ଟ୍ରୀୟ ବଜାରରେ ବିକ୍ରୀ କରୁଛି l

ଆମେରିକାକୁ ଭାରତ ଦେଲା କଡା ଜବାବ –
ଭାରତ ଉପରେ ଅଧିକ ଟାରିଫ ଲଗାଉଥିବା ଟ୍ରମ୍ପ ଙ୍କ ଉପରେ ଧମକ କୁ ନେଇ ପ୍ରତିକ୍ରିୟା ଦେଇଛି, ବିଦେଶ ମନ୍ତ୍ରଣାଳୟ କହିଛି ଯେ  ଦେଶ ହିତରେ ଭାରତ ସମସ୍ତ ପଦକ୍ଷେପ ଉଠାଇବାକୁ ପ୍ରସ୍ତୁତ ଅଛି, ରୁଷ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ତୈଳ ରୁଷ ନିକଟରୁ ଯେତେବେଳେ କିଣୁଥିଲା ଭାରତର ଏହି ପଦକ୍ଷେପ କୁ ଆମେରିକା ସ୍ୱାଗତ କିରିଥିଲା l ବିଦେଶ ମନ୍ତ୍ରଣାଳୟ କହିଛି ଯେ ଏହି ଇମ୍ପୋର୍ଟ ଦ୍ୱାରା ଭାରତୀୟ ଉପଭୋକ୍ତା ଙ୍କୁ ଶସ୍ତା ରେ ତେଲ ଯୋଗାଇବା l

କିନ୍ତୁ କିଛି ଦେଶ ମଧ୍ୟ ଅଛନ୍ତି ଯେ ଯେଉଁମାନେ ଆମେରିକା ସହିତ କୌଣସି ବାଣିଜ୍ୟ ନକରି ମଧ୍ୟ ନିଜ ଅର୍ଥ ବ୍ୟବସ୍ଥାକୁ ପରିଚାଳିତ କରୁଛନ୍ତି, l ଏମିତିରେ ଦେଖିବାକୁ ଗଲେ ବାଣିଜ୍ୟ କାରବାର ୨ଦେଶ ମଧ୍ୟରେ ହୋଇଥାଏ, ତେଣୁ କିଛିଟା ଦେଶ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଆମେରିକା ଉପରେ ନିର୍ଭରଶୀଳ ନୁହନ୍ତି, ଆମେରିକା ହେଉଛି ଦୁନିଆର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଦେଶ ଓ ଗ୍ଲୋବାଲ ଟ୍ରେଡ଼ ରେ ସବୁଠୁ ଶକ୍ତିଶାଳୀ ତେଣୁ ଅନେକ ଦେଶ ଙ୍କର  କୌଣସୀନା କୌଣସି କ୍ଷେତ୍ରରେ ଆମେରିକା ସହିତ ଜଡିତ l

– ଇରାନ – ସେହି ଦେଶ ମାନଙ୍କ ମଧ୍ୟରେ ସବୁଠୁ ଉପରେ, ଯାହାର ଆମେରିକା ସହିତ ଦୀର୍ଗ ସମୟ ରୁ ଉତେଜନା ପୁର୍ଣ ସ୍ଥିତି ରହିଆସୁଛି, ଇସ୍ଲାମିକ କ୍ରାନ୍ତି ପରେ ଉଭୟ ଦେଶ ଙ୍କ ମଧ୍ୟରେ ତିକ୍ତତା ବଢିଯାଇଛି, ଆମେରିକା ଇରାନ ଉପରେ କଡା ଆର୍ଥିକ ପ୍ରତିବନ୍ଧକ ଲଗାଇଛି,  ଯାହାଦ୍ୱାରା ତାର ଅର୍ଥ ବ୍ୟବସ୍ଥା କ୍ଷତି ହୋଇଛି l  ଏହାପରେ ଇରାନ ନିଜ ତେଲ, ଗ୍ୟାସ ଓ ଘରୋଇ ଯନ୍ତ୍ର ଉପରେ ଫୋକସ କରି ରୁଷ, ଚୀନ ଏବଂ ତୁର୍କୀ ସହିତ ବ୍ୟବସାୟ ଆରମ୍ଭ କଲା ଏବଂ ନିଜର ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରଣାଳୀ କୁ ମଧ୍ୟ ମଜବୁତ କଲା l

– କ୍ୟୁବା ଅନ୍ୟ ଗୋଟିଏ ଉଦାହରଣ ଅଟେ, ୧୯୬୦ ରୁ ଆମେରିକା ପ୍ରତିବନ୍ଧ ର ସାମ୍ନା କରିଆସୁଛି, କ୍ୟୁବା ଯେବେଠୁଁ ସାମ୍ୟବାଦ ଶାସନ କୁ ଗ୍ରହଣ କରିଥିଲା ସେବେଠୁ ଆମେରିକା ତା ଉପରେ ପ୍ରତିବନ୍ଧକ ଲଗାଇଥିଲା l  କିନ୍ତୁ କ୍ୟୁବା ହେଲଥ କେୟାର ସେକ୍ଟର ରେ ନିଜ ସ୍ଥିତି କୁ ମଜବୁତ କରିଥିଲା ଏବଂ ବିଶ୍ୱ ସ୍ତରରେ ନିଜକୁ ଗୋଟିଏ ନୂଆ ପରିଚୟ ଦେଇଛି l

– ନର୍ଥ କୋରିଆ ର ଆମେରିକା ସହିତ ବାଣିଜ୍ୟ କାରବାର ନାହିଁ, ଆମେରିକା ସହିତ ତାର ଶତ୍ରୁତା ଖୁବ ପୁରୁଣା, ବର୍ତମାନ ନର୍ଥ କୋରିଆ ପରମାଣୁ ହତିଆର ଏବଂ ମିସାଇଲ ଟେକ୍ନୋଲୋଜି ଉପରେ ଫୋକ୍ସ କରିଛି, ଚୀନ ଓ ରୁଷ ଭଳି ଦେଶ ଙ୍କ ସହିତ ତାର ରଣନୀତି ସହଯୋଗ ତାକୁ ସୈନ୍ୟ ଓ ଆର୍ଥିକ ରୂପରେ ସମର୍ଥନ ରହିଛି l

– ଅନ୍ୟ ଗୋଟିଏ ଦେଶ ହେଉଛି ଭେନେଜୁଏଲା , ଯିଏକି ଆମେରିକାର ପ୍ରତିବନ୍ଧ ସତ୍ୱେ ନିଜର ବିଶାଳ ତେଲ ଭଣ୍ଡାର ର ବ୍ୟବହାର କରି ରୁଷ , ଚୀନ ଓ ଇରାନ ଭଳି ଦିଶଙ୍କ ସହିତ ବ୍ୟବସାୟ ବୃଦ୍ଧି କରିଛି l ଏହି ଦେଶ ଗୁଡିକ ପ୍ରମାଣ କରିଦେଇଛନ୍ତି ଯେ ରଣନୀତି ରେ ସମ୍ବନ୍ଧ ଓ ଅନ୍ତରୀଣ ସଂସାଧନ ସାହାଯ୍ୟ ରେ ଅସୁବିଧା ସମୟ କୁ ସାମ୍ନା କରି  ଅର୍ଥବ୍ୟବସ୍ଥା କୁ ସୁଦୃଢ଼ କରି ପାରିଛନ୍ତି l

Leave A Reply