Odisha news

କରୋନା ଭୟରେ ରୋଗିକୁ ଉଠେଇଲେନି 108 ଆମ୍ବୁଲାନ୍ସ, ଶେଷରେ ମୁର୍ତ୍ୟୁବରଣ କଲେ ରୋଗି

0

ବ୍ରହ୍ମପୁର -ବ୍ରହ୍ମପୁର ମହାନଗର ନିଗମର ପୁରୁଣା ବ୍ରହ୍ମପୁର ସ୍ଥିତ ପ୍ରହଲ୍ଲାଦ ନଗର ଦ୍ୱିତୀୟ ଗଳିରେ ଦେଖିବାକୁ ମିଳିଛିଏକ ଲୋମନିୟ  ଘଟଣା l  ଆଜି 27 ତାରିଖ ସୋମବାର ଦିନ ପ୍ରହଲ୍ଲାଦ ନଗରର ବାସିନ୍ଦା ମନୋଜ ପ୍ରହରାଜ ମଧୁମେହ ରେ ପୀଡିତ ଥିଲେ l ତାଙ୍କ ଘର ଲୋକେ 108 କୁ ଫୋନ କରିଥିଲେ,  ଆମ୍ବୁଲାନ୍ସଟି ଘର ପାଖରେ ପହଞ୍ଚିଥିଲା କିନ୍ତୁ ସେହି ରୋଗୀକି କରୋନା ସଂକ୍ରମଣ ହୋଇଛି ବୋଲି 108 ଆମ୍ବୁଲାନ୍ସରେ ଆସିଥିବା ଷ୍ଟlପ ମାନେ ଆମ୍ବୁଲାନ୍ସରେ ନେବା ପାଇଁ ମନା କରିଥିଲେ l ରୋଗୀର ନାବାଳକ ପୁଅ କେତେ ନେହୁରା ହେଲା ମାତ୍ର କୋରାନ ଭୟରେ ଆମ୍ବୁଲାନ୍ସ ଟି ଫେରି ଯାଇଥିଲା l ଶେଷରେ ଘଟଣା ସ୍ଥଳରେ ମନୋଜ ପ୍ରହରାଜଙ୍କ ଜୀବନ ଚାଲିଯାଇଥିଲା l କେତେ ନିଷ୍ଠୁର ଏହି ମାନବ, ଦୁଇ ଜଣ ଛୁଆ ବାପ ଛେଉଣ୍ଡ ହୋଇଗଲା ।

ଗୋଟେ ସ୍ତ୍ରୀର ସିନ୍ଦୁର ଲିଭିଗଲା । ଉଜୁଡି ଗଲା ସୁନାର ସଂସାର । କୂଳହରା ହୋଇଗଲା ଗୋଟିଏ ସୁଖୀ ପରିବାର କରୋନା  ନେଇନି ଜୀବନ ଏହି ପିଲାର ବାପାକୁ, ଏଠି ଜୀବନ ନେଇଗଲା ପ୍ରଶାସନର ଦିଗହରା ନିୟମ ଓ କଟକଣା । ଆମ୍ବୁଲାନ୍ସ ଆସିବା ସତ୍ତ୍ୱେ ମଧ୍ୟ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ମନୋଜ ପ୍ରହରାଜଙ୍କୁ କରୋନା ହୋଇଥିବା କହି ପାଖତଡ଼ ମାରିଲେ ନାହିଁ । ଆଉ ଏମିତି ଭାବେ ଚାଲିଗଲା ଗୋଟେ ସୁଖ ସଂସାର ଡଙ୍ଗାର ନାଉରୀର ଜୀବନଟିଏ । ଆପଣ କୁହନ୍ତୁ ଏଠି ଭୁଲ କାହାର ? ରୋଗ  ନା ପ୍ରଶାସନର ଏଭଳି ନିୟମ, ସେପଟେ ସରକାର ବିଭିନ୍ନ ଯୋଜନ କରୁଥୁଲେ ସୁଦ୍ଧା ଏଠି କାଯ୍ୟକାରି ହେଉନାହିଁ l ଏହା ମାତ୍ର କାଗଜ କଲମରେ ସୀମିତ, ଆମ୍ବୁଲାନ୍ସ ଲୋକଙ୍କ ଅର୍ଥରେ କିଣାଯାଇଛି, ଲୋକମାନଙ୍କ ସେବା ପାଇଁ, ହେଲେ ଏଠି ଆମ୍ବୁଲାନ୍ସ କାହା ପାଇଁ ରୋଗି ପାଇଁ ନାଁ ସହରରେ ବୁଲିବା ପାଇଁ l  ଏଠି ଆମେ କହିପାରିବl ମାନବିକତା ସରିଯାଇଛି l

Leave A Reply