Odisha news

ପାକିସ୍ତାନରେ ହୋଲି ପର୍ବ ପାଳନ ସମୟରେ ହିନ୍ଦୁଙ୍କୁ ଆକ୍ରମଣ

0

ପାକିସ୍ତାନ ନିଜର କ୍ରୁର କାର୍ଯ୍ୟକଳାପ କୁ ନେଇ ସର୍ବଦା ଚର୍ଚ୍ଚାରେ l ସେ କେତେବେଳେ ନିଜର କୁଟିଳ ବୁଦ୍ଧି, କ୍ରୁର ଚକ୍ର ଓ ଆଉ କେତେବେଳେ ଆତଙ୍କବାଦ କାର୍ଯ୍ୟକଳାପ କୁ ନେଇ ଚର୍ଚାରେ ରହିଥାଏ l ଯେଉଁ କାରଣରୁ ସେ ବିଶ୍ୱ ଦରବାର ରେ ନିନ୍ଦାର ପାତ୍ର ହୋଇଥାଏ l ଯେତେ ମଧ୍ୟ ସେ ଆଲୋଚନାର ଶିକାର ହୋଇଥିଲେ ମଧ୍ୟ କଦାପି ବୁଦ୍ଧି ଶିଖୁନାହିଁ l

୧୯୪୭ ରେ ଭାରତ ବିଭାଜିତ ହେବାପରେ ଅସ୍ତିତ୍ବ ଲାଭ କରିଥିବା ପାକିସ୍ତାନ ରେ ପ୍ରାୟ ଅନେକ ସମୟରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରାଯାଇଥାଏ l  ସେଠାରେ ପ୍ରତାଡ଼ିତ ହେଉଥିବା ହିନ୍ଦୁ ମାନଙ୍କର ଜନସଂଖ୍ୟା ଲଗାତାର ଭାବରେ କମିବାକୁ ଲାଗୁଛି ଓ ଜବରଦସ୍ତି ଧର୍ମ ପରିବର୍ତନ କରାଯାଉଛି l ପାକିସ୍ତାନ ଶାସକ ଦଳ ଓ ମୁସଲମାନ କଟରପନ୍ଥୀ ମାନେ ବାରମ୍ବାର କିଛି ଏଭଳି କରୁଛନ୍ତି, ଯାହାଦ୍ୱାରା ହିନ୍ଦୁ ସମୁଦାୟ ସଙ୍କଟ ରେ ପଡୁଛନ୍ତି l

ସେହିଭଳି ନିକଟରେ ହୋଲି ପର୍ବ ଅନୁଷ୍ଠିତ ସମୟରେ ମଧ୍ୟ ସେହିଭଳି କିଛି ଘଟଣା ପାକିସ୍ତାନ ଘଟିଛି l ଲାହୋର ସ୍ଥିତ ପଞ୍ଜାବ ୟୁନିଭର୍ସିଟି ରେ ଯେତେବେଳେ କିଛି ମୁସଲମାନ ଛାତ୍ର ହିନ୍ଦୁ ଛାତ୍ର ମାନଙ୍କ ସହିତ ହୋଲି ଉତ୍ସବ ପାଳନ କରୁଥିଲେ ପାକିସ୍ତାନ କଟରପନ୍ଥୀ ଅସନ୍ତୁଷ୍ଟ ହୋଇ ଯାଇଥିଲେ l ଏହାପରେ  କଟରପନ୍ଥୀ ମାନେ ଅସନ୍ତୋଷ ହୋଇ ହିନ୍ଦୁ ଛାତ୍ରଙ୍କୁ ପିଟିବାକୁ ଲାଗିଥିଲେ l ଏହି ହୋଲି ଉତ୍ସବ ପାଳନ ସମୟରେ ପାକିସ୍ତାନ ର ଅନେକ ସ୍ଥାନରେ ହିନ୍ଦୁ ମାନଙ୍କୁ ଆକ୍ରମଣ ଘଟଣା ଘଟି ଥିବାର ସୂଚନା ଗଣମାଧ୍ୟମ ନିକଟରୁ ସାମ୍ନାକୁ ଆସିଛି l

୬ ଓ ୭ ମାର୍ଚ୍ଚ ରେ ହୋଲି ଉତ୍ସବ ପାଳନ କରିବ ପାଇଁ ୟୁନିଭର୍ସିଟି ରେ ଏକାଠି ହୋଇଥିବା ହିନ୍ଦୁ ଛାତ୍ର ମାନଙ୍କ ଉପରେ ଆକ୍ରମଣ ହୋଇଥିଲା , ଯେଉଁଠି ୩୦ ଛାତ୍ର ଆହତ ହୋଇଥିଲେ l ଅନ୍ୟ ପକ୍ଷରେ ବଲୁଚିସ୍ତାନ ରେ ମଧ୍ୟ ହିନ୍ଦୁ ମାନଙ୍କୁ ଆକ୍ରମଣ କରାଯାଇ ଥିଲା l ଅନ୍ୟ ଏକ ଘଟଣାରେ ସିନ୍ଧ ପ୍ରାନ୍ତରେ ଜଣେ ଡାକ୍ତରଙ୍କ ଗଳା କାଟି ହତ୍ୟା କରାଯାଇ ଥିଲା l  ଗଣମାଧ୍ୟମ ସୂଚନା ଅନୁସାରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ  କଟରପନ୍ଥୀ ଛାତ୍ର ସଂଗଠନ ଜମୀୟତ -ଏ-ତଲବା ଅଟେ l  ଏହି ସଂଗଠନ ଅତି କ୍ରୁର ବିଚାରଧାରା ର ସଂଗଠନ ଅଟେ l  ଜିଆଉଲ ହକ ଶାସନ ସମୟରେ ଏହି  କଟରପନ୍ଥୀ ଦଳ ମଧ୍ୟ ଚର୍ଚାରେ ରହିଥିଲା l  ଯିଏ କେହି ଜିଆଉଲ ହକ ସରକାର କୁ ବିରୋଧ କରୁଥିଲା ତା ଉପରେ ଆକ୍ରମଣ କରୁଥିଲା l

Leave A Reply