ନୂଆଦିଲ୍ଲୀ : ବଲିଉଡରେ ଡ୍ରଗ୍ସ କନେକ୍ସନକୁ ନେଇ ଗତ କିଛିଦିନ ହେଲା ଅନେକ ତଥ୍ୟ ବାହାରକୁ ବାହାରିବାରେ ଲାଗିଛି l ଦୀପିକା ପାଦୁକନ ,ସାରା ଅଲି ଖାନ ଓ ଶ୍ରଦ୍ଧା କପୁରଙ୍କ ଭଳି ନାମିଦାମୀ କଳାକାରଙ୍କୁ NCB ପଚାର ଉଚରା ଚଳାଇଛି l ବର୍ତ୍ତମାନ ବଲିଉଡର ନାମିଦାମୀ କଳାକାର ଏହି କଥାକୁ ନେଇ ମୁହଁ ଖୋଲିବାକୁ ଆରମ୍ଭ କରିଛନ୍ତି ,ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅକ୍ଷୟ କୁମାର l ଅକ୍ଷୟ କୁମାର ଏହି କଥାକୁ ନେଇ ଗୋଟିଏ ଭିଡିଓ ସେୟାର କରିଛନ୍ତି l
ଏହି ଭିଡିଓରେ ଅକ୍ଷୟ କୁମାର କହିଛନ୍ତି “ଆଜି ମୁଁ ମନଭିତରେ କିଛିଟା ବୋଝ ନେଇ କିଛି କହିବାକୁ ଯାଉଛି l ଗତ କିଛି ସପ୍ତାହ ହେଲାଣି ମୋ ମନରେ ଅନେକ କଥା ଚାଲିଛି କିନ୍ତୁ ମୁଁ କେମିତି କହିବି ବୁଝି ପାରୁନି ,କାହାକୁ କହିବି ଜାଣି ପାରୁନି ଓ କେତେ ପରିମାଣର କହିବି ତାହା ମଧ୍ୟ ଠିକ କରି ପାରୁନାହିଁ l ଆମେ କଳାକାର ମାନେ ବଲିଉଡ଼କୁ ନିଜ ପ୍ରେମ ଓ ସ୍ନେହରେ ତିଆରି କରିଛୁ l ଆମେ କେବଳ ଗୋଟିଏ ଇଣ୍ଡଷ୍ଟ୍ରି ନୁହଁ ,ଆମେମାନେ ଚଳଚିତ୍ର ଜରିଆରେ ଆମ ଦେଶର ସଂସ୍କୃତି ,କଳା ,ସମାଜକୁ ନେଇ ଦୁନିଆର ପ୍ରତ୍ୱେକଟି କୋଣରେ ପହଂଚାଇଛୁ l”
“ଯେତେବେଳେ ଆମ ଦେଶରେ ଜନତାଙ୍କର ମାନସିକ ପରିସ୍ଥିତିର କଥା ଉଠିଛି ,ଆପଣ ମାନେ ଯେତେବେଳେ ଅନୁଭବ କରିଛନ୍ତି ଚଳଚିତ୍ର ଜଗତରୁ କିଛି ଅସୁବିଧା ହୋଇଛି ସେତେବେଳେ ମୁଁ କିଛି ନକରି ପାରିଲେ ମଧ୍ୟ ମନ କଷ୍ଟ କରିଛି l ଆପଣ ମାନେ ଯେଉଁ ସବୁ କଳାକାରଙ୍କୁ ଚଳଚିତ୍ର ପରଦାରେ ଦେଖି ଖୁସି ହେଉଛନ୍ତି ସେମାନେ ଆପଣଙ୍କର ମାନସିକ ପରିସ୍ଥିତିକୁ ନେଇ ଚଳଚିତ୍ରରେ ଅଭିନୟ କରିଥାନ୍ତି l ଯେପରିକି ଦରିଦ୍ରତାକୁ ନେଇ ଓ ବେରୋଜଗାରୀକୁ ନେଇ ଆମେ ଅଧିକାଂଶ ଚଳଚିତ୍ର କରି ଦୁନିଆ ଆଗରେ ଆମ ଅସୁବିଧା ଜାହିର କରିଛୁ l ”
” ଯେପରିକି NCB ଓ ଡ୍ରଗ୍ସ ବିଷୟରେ ଆଜିକାଲି ଯେଉଁ କଥା ଉଠିଛି ,ମୁଁ ନିଜ ହୃଦୟ ଉପରେ ହାତରଖି କିପରି କହିବିଜେ ଡ୍ରଗ୍ସର କାରବାର ବଲିଉଡ ଜଗତରେ ନାହିଁ ବୋଲି , ନିଶ୍ଚିନ୍ତ ରହିଛି l ସେପରି ରହିଛି ଯେପରି ପ୍ରତେକ ଇଣ୍ଡଷ୍ଟ୍ରିରେ ଏହି କାରବାର ଚାଲିଛି l ସେମିତିରେ ଦେଖିବାକୁ ଗଲେ ସବୁ କଳାକାର ମାନେ ସିଧା ସଳଖ ଭାବରେ ଡ୍ରଗ୍ସ ନିଅନ୍ତି ନାହିଁ l କିନ୍ତୁ ଅଳ୍ପ ବହୁତେ ନିଅନ୍ତୁ l