ଏୟାର ପୀୟୂରୀଫାୟର ଗୋଟିଏ କୁତ୍ରିମ ଯନ୍ତ୍ର ଅଟେ, ଯାହାକି ଦୂଷିତ ବାୟୁ କୁ କୁତ୍ରିମ ଉପାୟରେ ବିଶୋଧିତ କରିଥାଏ, ଯାହାକୁ ଆମେ ଘରେ ଲଗାଇ ଥାଉ ଏବଂ ଇଲେକ୍ଟ୍ରି ରେ ପରିଚାଳିତ କରିଥାଉ l କିନ୍ତୁ ଏହା କୁତ୍ରିମ ଉପାୟ ହୋଇଥାଏ l ପୀୟୂରୀଫାୟାର ଅନେକ ସମୟ ରେ ଶରୀର ଉପରେ କ୍ଷତିକାରକ ପ୍ରଭାବ ମଧ୍ୟ ପଡିଥାଏ l
* ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଘର ଭିତରେ ଏୟାର ପୀୟୂରୀଫାୟାର ଲଗାଉଛି ତେବେ କିଛିଟା କଥାକୁ ନିହାତି ଧ୍ୟାନ ଦେବା ଜରୁରୀ ଯେପରିକି –
– ପୀୟୂରୀଫାୟାର ଘରର ଦୂଷିତ ବାୟୁକୁ ବାହାର କରିଥାଏ, ଏଥିସହିତ ଘର ଭିତରେ ସତେଜ ବାୟୁ ପ୍ରବାହିତ କରେ , ତେଣୁ ଏୟାର ପୀୟୂରୀ ଫାୟର ଲଗାଇବା ପୂର୍ବରୁ ଘରେ ଅନ୍ୟ ଯେପରି କିଛି ଧୂଆଁ ପ୍ରବାହିତ ନହୁଏ ସେଥିପ୍ରତି ଧ୍ୟାନ ଦେବେ, ଯେପରିକି ରୋଷେଇ ଧୁଆଁ , ପୂଜା କିମ୍ବା ହୋମ ଧୂଆଁ ଇତ୍ୟାଦି l
– ଅଧିକ ସମୟ ଘର ଭିତରେ ଏୟାର ପୀୟୂରୀ ଫାୟର ବ୍ୟବହାର କରିବା ଦ୍ୱାରା ଆପଣ ପ୍ରଶ୍ୱାସ ସମ୍ବନ୍ଧିତ ସମସ୍ୟାର ସମୁଖୀନ ହୋଇପାରନ୍ତି, ଯେପରିକି ଆସ୍ଥମା, ନାଜାଲ ଚୋକ ଭଳି ସମସ୍ୟାର ସମୁଖୀନ ହୋଇପାରନ୍ତି l
– ଯଦି ଘରେ ଦୀର୍ଘ ସମୟ ଏୟାର ପୀୟୂରୀ ଫାୟର ଚାଲୁଚି ତେବେ ଏହା ରକ୍ତଚାପ ବୃଦ୍ଧିର ମଧ୍ୟ କାରଣ ହୋଇପାରେ ଏବଂ ହାର୍ଟ ଉପରେ ପ୍ରେସର ପକାଇଥାଏ l ତେଣୁ ଏଥି ପ୍ରତି ଧ୍ୱଂ ଦେବା ଜରୁରୀ l
– ପୀୟୂରୀ ଫାୟର ଯଦି କୌଣସି ବୃଦ୍ଧବୟସ୍କ ବ୍ୟକ୍ତିଙ୍କ ନିକଟରେ ଲଗାଉଛନ୍ତି ତେବେ ତାଙ୍କୁ ମଝିରେ ମଝିରେ ଚେକ କରିବା ଜରୁରୀ, କାହିଁକିନା ଏହି ଅନେକ ସମୟରେ ଜୀବନ ପ୍ରତି ବିପଦ ମଧ୍ୟ ଆଣିଥାଏ l
