Odisha news

ଚାରିଗାଁ ବହୁମୁଖୀ ବନ୍ୟାଶ୍ରୟରେ ମକ୍ଡ୍ରିଲ

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ଆଗରପଡ଼ାର ଚାରିଗାଁ ଗ୍ରାମରେ ପ୍ରତିଷ୍ଠିତ ବହୁମୁଖୀ ବନ୍ୟାଶ୍ରୟ ସ୍ଥଳୀରେ ଚାରିଗାଁ ପଂଚାୟତ ସରପଂଚ ବନମାଳି ବେହେରାଙ୍କ ସଭାପତିତ୍ୱରେ ଏବଂ ସଂପାଦକ ରଥ ବେହେରାଙ୍କ ସଂ·ଳନରେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ସଂସ୍ଥା ନିଦେ୍ର୍ଦଶକଙ୍କ ନିଦେ୍ର୍ଦଶ ଓ ଭଦ୍ରକ ଜିଲ୍ଲାପାଳଙ୍କ ପରାମର୍ଶରେ ଏକ ମକ୍ଡ୍ରିଲ ଅନୁଷ୍ଠିତ ହୋଇଯାଇଛି ।

ଏହି ଉପଲକ୍ଷେ ଆୟୋଜିତ ସଭାରେ ଆଗରପଡ଼ା ଦମକଳକେନ୍ଦ୍ର ଆଗ୍ନିକ ସଂଜୀବ ପ୍ରଧାନ ଏବଂ ତାଙ୍କ କର୍ମଚାରୀ ଯୋଗଦାନ କରି ଉପସ୍ଥିତ ଟାସ୍କଫୋର୍ସ କମିଟିର ଯୁବ ସଭ୍ୟ ଓ ସଭ୍ୟାମାନଙ୍କୁ ପା୍ରକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରାଯାଏ ତାହାର କଳାକୈାଶଳ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରକିଶୋର ନାୟକ,ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସାହୁ,ଓାର୍ଡ଼ ସଭ୍ୟ ରଂଜନ ସାହୁଙ୍କ ସମେତ ମାଧବ ବେହେରା,ବିଶ୍ୱନାଥ ଯେନା,ମଙ୍ଗିଳିଆ ଯେନା ଓ ଅନାମ ଯେନା ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ ।

Nalco

Comments are closed.