Odisha news

ମାଛଧରାକୁ ନେଇ ବାଇକ ପୋଡ଼ି , ତାପରେ ….

0

ଆଗରପଡ଼ା : ଆଗରପଡ଼ା ଥାନା ଅଧିନ ବୋଡ଼କପାଟଣା ଗ୍ରାମର ୨ ପରିବାରଙ୍କ ମଧ୍ୟରେ କେନାଲରେ ଜାଲ ବିଛାଇ ମାଛଧରିବାକୁ ନେଇ ପାଟିଗୋଳ ହୋଇଥିଲା । ସେହି ରାଗରୁ ସଂପୃକ୍ତ ଅଞ୍ଚଳରେ ବାଇକ ପୋଡ଼ି ଭଳି ଜଘନ୍ୟ ଘଟଣା ଘଟିଛି । ସୂଚନା ମୂଳେ ବୋଡ଼କପାଟଣା ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁ ଓ ଅନାମ ସେଠୀଙ୍କ ମଧ୍ୟରେ କେନାଲରୁ ମାଛ ଧରିବା ନେଇ ଗଣ୍ଡଗୋଳ ହୋଇଥିଲା । ଅନାମ ସମସ୍ତଙ୍କ ସାମନାରେ ଲକ୍ଷ୍ମୀଧରଙ୍କୁ ଦେଖିନେବାକୁ ଧମକ ଦେଇଥିଲେ ।

ସେହି ରାଗରୁ ରବିବାର ରାତ୍ରୀ ୨ ଘଟିକା ସମୟରେ ଲକ୍ଷ୍ମୀଧରଙ୍କ ଘର ସାମନାରେ ଜରି ଢଙ୍କା ହୋଇଥିବା ତାଙ୍କ ହିରୋହୁଣ୍ଡା ଗ୍ଲାମାର ବାଇକ ନଂ ଓଡ଼ି-୨୨ଏଲ-୫୧୪୪ କୁ ପେଟ୍ରୋଲ ଢାଳି ପଡ଼ୋଶୀ ୨ଜଣ ପୋଡ଼ି ଦେଇଥିବାର ଲକ୍ଷ୍ମୀଧରଙ୍କ ପୁଅ ହେମନ୍ତ ସ୍ୱାଇଁ ଦେଖିଛନ୍ତି ବୋଲି ଥାନାରେ ହୋଇଥିବା ମାମଲାରୁ ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷ୍ମୀଧରଙ୍କ ଗୁହାଳ ଗୃହ ଆଂଶିକ ପୋଡ଼ିଯାଇଥିବାର ଜଣାପଡ଼ିଛିି । ଖବର ପାଇ ଆଗରପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମଲୋକଙ୍କ ସହାୟତାରେ ନିଅାଁ ଲିଭାଇଥିଲା । ପୁଲିସ ଏଫଆଇଆର ଗ୍ରହଣ କରି ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି ।

Leave A Reply