ଖଲ୍ଲିକୋଟ–୧୪/୦୯–ଅଖିଳ ଭାରତ କୃଷକ ସଭା ଖଲ୍ଲିକୋଟ ଆଞ୍ଚଳିକ ପରିଷଦ ପକ୍ଷରୁ ୫ ଦଫା ଦାବି ନେଇ ଆଜି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ସାର କଳାବଜାରୀ ବନ୍ଦ କରିବା, ରାଷ୍ଟ୍ରାୟତ ଶିଳ୍ପ କୁ ଘରୋଇ କରଣ ବନ୍ଦ କରିବା, କୋଭିଡ କ୍ଷତି ପୂରଣ ୧୦ ହଜାର ଟଙ୍କା ପ୍ରଦାନ କରିବା,ଗଞ୍ଜାମ ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା, ମନରେଗା ରେ ଦୁଇ ଶହ ଦିନର କାମ ଯୋଗାଇ ଦେବା ପ୍ରଭୃତି ୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ୀ ଙ୍କୁ ପ୍ରଦାନ କରାଯାଇଥିଲା ।
କୃଷକ ସଭା ର ସମ୍ପାଦକ ଲକ୍ଷ୍ମୀ ଚରଣ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଯୋନ ସମ୍ପାଦକ କନ୍ଧ ପ୍ରଧାନ, ସହ ସମ୍ପାଦକ ବିଦ୍ୟାଧର ବେହେରା ଓ ଦୂର୍ଗା ଚରଣ ପାତ୍ର, କ୍ଷେତ ମୂଲିଆ ସଭାପତି ରଘୁନାଥ ଗୌଡ଼, ଆଦିବାସୀ ସଂଘର ସଭାପତି ଗୁରୁଦେବ ଯାନୀ, ଆଇନଜୀବୀ ଜୟରାମ ଦାଶ ଓ ସୀମାଞ୍ଚଳ ବେହେରା, ସନ୍ତୋଷ ସ୍ବାଇଁ, ରାଜେନ୍ଦ୍ର ବାରିକ, ବିଦ୍ୟାଧର ପ୍ରଧାନ ଏବଂ ବେଗୁନିଆପଡା ଯୋନ ସମ୍ପାଦକ ରଙ୍କନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।