Odisha news

ମର୍ମନ୍ତୁତ ସଡ଼କ ଦୁର୍ଘଟଣା , ଦୁଇ ଗୁରୁତର

0
ବେତନଟୀ/ବୈଶିଙ୍ଗା  : — ଆଜି ଅପରାହ୍ନରେ ଘଟିଥିବା ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି । ଘଟଣାରୁ ପ୍ରକାଶ ବୈଶିଙ୍ଗା ଥାନା ଅଧୀନ ଗଡଦେଉଳିଆ ଠାରେ ଥିବା ମ୍ୟାନେଜର ସିଂ ହୋଟେଲ ନିକଟସ୍ଥ ୧୮ ନଂ ଜାତୀୟ ରାଜପଥ ଉପରେ ଆଜି ଅପରାହ୍ନରେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଥିଲା। ବେତନଟୀ ଥାନା ଅଧୀନ ପାଇକପଡ଼ା ଗ୍ରାମ ନିବାସୀ ବନମାଳୀ ହେମ୍ବ୍ରମଙ୍କ ପୁଅ ଦଖୀନ ବେତନଟୀରୁ ବାଲେଶ୍ଵର ଅଭିମୂଖେ ଯାଉଥିବା ବେଳେ ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମର ପ୍ରାଣକୃଷ୍ଣ ସେନାପତିଙ୍କ ପୁଅ ପ୍ରଦୀପଙ୍କ ଗାଡିକୁ ପଛ ପଟୁ ପିଟି ହୋଇଥିଲେ। ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉପସ୍ଥିତ ଡାକ୍ତର  ସ୍ଥିତି ଗୁରୁତର ହେବା ଦେଖି ଉଭୟଙ୍କୁ ବାରିପଦା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକକୁ ଜବତ କରି ଥାନାକୁ ନେଇ ଆସିଥିବା ଜଣାଯାଇଛି।
Leave A Reply