Odisha news

ଭଞ୍ଜନଗର : ବାଇକ୍ ଧକ୍କାରେ ବୁଦ୍ଧାଙ୍କ ମୃତ୍ୟୁ

0

ଭଞ୍ଜନଗର–ତାରସିଂ ଥାନା ଅନ୍ତର୍ଗତ ଗାୟାଗଣ୍ଡା ବିଜ୍ ନିକଟରେ ବାଇକ୍ ଧକ୍କାରେ ବୁଦ୍ଧାଙ୍କ ମୃତ୍ୟୁ ।ସେ ହେଲେ ଗାୟାଗଣ୍ଡା ଗ୍ରାମର ଶଶୀ ପ୍ରଧାନ ।ଖବର ନେବାରେ ଶଶୀ କୈଣସି କାମରେ ଗାୟାଗଣ୍ଡା ନିକଟ ବୁଢାବାରୀ ଗ୍ରାମକୁ ଚାଲିଚାଲି ଯାଉଥିବା ସମୟରେ ହଠାତ ବାଇକ୍ ଟି ଦୁତଗତିରେ ଆସି ଭାରସାମ୍ୟ ହରାଇ ବୁଦ୍ଧା ଶଶୀକୁ ପଛପଟୁ ଧକ୍କା ଦେବା ଫଳରେ ଶଶୀ ଛିଟିକି ହେଇ ପଡିବାରୁ ଶଶୀ ଗୁରୁତର ହେଇପଡିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଜି ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ
ଭଞ୍ଜନଗର  ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ଏଠାରେ ଶଶୀକୁ ଚିକିତ୍ସା କରୁଥିବା ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ଏହି ଘଟଣା ବିଷୟରେ ତାରସିଂ ପୁଲିସ ଖବର ପାଇଁ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଜି ମୃତ୍ୟୁ ଶଶୀର ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଏହି ଘଟଣାକୁ ନେଇ ତାରସିଂ ଥାନା କେସଂନଂ ୧୪୭/୨୨ ରେ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ସାହୁ କହିଛନ୍ତି ।

Leave A Reply